ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବଡ଼ ବୈଠକ

ନବୀନ ନିବାସରୁ ଆସିଲା ଡାକରା

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବଡ଼ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ପୁଣି ଥରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଏକାଠି ହୋଇଛନ୍ତି ବଡ଼ ନେତା । ଚାଲିଛି ଗୁରୁତ୍ତ୍ୱପୁର୍ଣ୍ଣ ବୈଠକ । ଦଳରୁ ୨ ନେତାଙ୍କ ନିଲମ୍ବନ ପରେ ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ବୈଠକକୁ ନେଇ ଚର୍ଚ୍ଚା । ବୈଠକରେ ଯାଜପୁରର ଅନେକ ନେତା ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ମଲ୍ଲିକ, ପ୍ରିତିରଞ୍ଜନ ଘଡ଼ାଇ କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ଅଛନ୍ତି । ଶଙ୍ଖ ଭବନରୁ ମାତ୍ର ୫ ଶହ ମିଟର ଦୂରରେ ପ୍ରମିଳା ମଲ୍ଲିକଙ୍କ ଘରେ ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।  ଏହାକୁ ନେଇ ପ୍ରମିଳା ମଲ୍ଲିକ କହିଛନ୍ତି, ଦଳକୁ ସୁଦୃଢ଼ କରିବାକୁ ଏକତ୍ରିତ ହେଇଛୁ । ଦଳ ବିରୋଧରେ ଯିଏ ଯିବ, ସେମାନଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। 

ପୂର୍ବରୁ ମଧ୍ୟ ଠିକ ୧୫ ଦିନ ତଳେ ପ୍ରମିଳାଙ୍କ ଘରେ ଏକାଠି ହୋଇଥିଲେ ଯାଜପୁରର କିଛି ବିଜେଡି ନେତା। ଆଜି ପୁଣି ଥରେ ମେଳି କରିବା ଏବଂ ଆଜିର ବୈଠକରେ କଣ ରଣନୀତି ପ୍ରସ୍ତୁତ ହେଉଛି କଣ ସବୁ ଆଲୋଚନା ହେଉଛି, ତାହା ଏବେ ସୁଦ୍ଧା ଜଣାପଡିନି। 

ବର୍ତ୍ତମାନ ବିଜେଡିରୁ ଜଣେ ପରେ ଜଣେ ନେତା ନିଲମ୍ବିତ ହେବା ପରେ ବିଜେପି ଆଡକୁ ମୁହାଉଁଛନ୍ତି, ନିକଟରେ ବିଜେଡିର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ତେବେ ଏଭଳି ସମୟରେ ଏବେ ଯାଜପୁର ନେତାମାନେ  ପ୍ରମିଳାଙ୍କ ଘରେ ବୈଠକ କରିବା ଚର୍ଚ୍ଚା ବଢ଼ାଇଛି। 

ସେପଟେ ଯାହା ଖବର ମିଳିଛି ବିଜେଡି ସୁପ୍ରିମୋ ହଠାତ କିଛି ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କାଇଛନ୍ତି । ଅଚାନକ ପରେ ଡାକରା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ପ୍ରଣବ ବଳବନ୍ତରାୟ, ପ୍ରଣବ ପ୍ରକାଶ ଦାସଙ୍କ ଭଳି ବରିଷ୍ଠ  ନେତା । ତେବେ କେଉଁ ପ୍ରସଙ୍ଗ ନେଇ ବୈଠକ ଚାଲିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Tags: