ସରକାରୀ ଯୋଜନାରେ ବଡ଼ ପରିବର୍ତ୍ତନ

ଅଦରକାରୀ ଯୋଜନା ଗୁଡିକର ରୂପରେଖ ପରିବର୍ତ୍ତନ ହେବ

ସରକାରୀ ଯୋଜନାରେ ବଡ଼ ପରିବର୍ତ୍ତନ
Samaya Live News Picture
Published On

ଭୁବନେଶ୍ୱର: ସରକାରୀ ଯୋଜନାରେ ହେବ ବଡ଼  ପରିବର୍ତ୍ତନ। ଅଦରକାରୀ ଯୋଜନା ଗୁଡିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର  (Rationalization of Schemes) ପ୍ରକ୍ରିୟା ଆରମ୍ଭ କରିଛନ୍ତି। 

ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଲକ୍ଷ୍ୟରେ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି ।

ସରକାର ସମସ୍ତ ରାଜ୍ୟ ପରବର୍ତ୍ତୀ ଯୋଜନା (State Sector Schemes) ଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଗତ ତିନିରୁ ଚାରି ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା କିମ୍ବା କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ କରିବା ନେଇ ବିଚାର କରାଯିବ।

ଯେଉଁଠାରେ ସମ୍ଭବ, ସମାନ ପ୍ରକୃତିର ଯୋଜନାଗୁଡ଼ିକୁ ଏକତ୍ର କରି ଗୋଟିଏ Umbrella Scheme ଅଧୀନରେ ଆଣିବାକୁ କୁହାଯାଇଛି। ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।

ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ 'ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ' (REM) ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 

Tags: