୩ ମହାନଗର ନିଗମ କମିଶନର ବଦଳାଇଲେ ରାଜ୍ୟ ସରକାର
ଭୁବନେଶ୍ୱର: ଜୁନ ୧୭: ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରର କମିଶନରଙ୍କୁ ବଦଳାଇଲେ ସରକାର । ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର । ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର […]
ଭୁବନେଶ୍ୱର: ଜୁନ ୧୭: ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରର କମିଶନରଙ୍କୁ ବଦଳାଇଲେ ସରକାର । ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର । ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଏହା ସହିତ ଓଏଏସ ଅଫିସରଙ୍କ ହାତରେ ଥିବା ଖୋର୍ଦ୍ଧା, ଭଦ୍ରକ, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ପଦବୀକୁ ମଧ୍ୟ ସେମାନଙ୍କଠୁ ନେଇ ଆଇଏଏସ୍ ଅଫିସରଙ୍କ ହାତରେ ନ୍ୟସ୍ତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ୍ ଆଇଏଏସ୍ ତଥା ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାପାଳ ଆଇଏଏସ୍ ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକଫ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକଫ ନିର୍ଦ୍ଦେଶକ ଥିବା ଆଇଏଏସ୍ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି କରାଯାଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହିପରି ଭାବରେ କମିଶନର ଆଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଥିବା ନେଇ ସୂଚନା ରହିଛି ।




