୬ ରୁ ୮ ଲେନ୍ ହେବ ଭୁବନେଶ୍ୱର-ପୁରୀ ଏନଏଚ
ଭୁବନେଶ୍ବର : ୬ ରୁ ୮ ଲେନ୍ ହେବ ଭୁବନେଶ୍ୱର-ପୁରୀ ଏନଏଚ ରାସ୍ତା । କେନ୍ଦ୍ର ସରକାର ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ (NH-୧୬)କୁ ୮ ଲେନ୍ ଏକ୍ସପ୍ରେସ୍ କରିଡରରେ ସମ୍ପ୍ରସାରଣ କରିବାକୁ ଅନୁମୋଦନ କରିଛନ୍ତି । ଓଡିଶା ପାଇଁ ୪୪ ,୭୭୧ କୋଟି ଟଙ୍କାର ଏକ ବୃହତ୍ତର ଭିତ୍ତିଭୂମି ନିର୍ମାଣ କରାଯିବ I କେନ୍ଦ୍ର ପରିବହନ ମନ୍ତ୍ରାଳୟରୁ ମଞ୍ଜୁରୀ ମିଳିଥିବା ନେଇ ଏନଏଚଏଆଇ ଆଞ୍ଚଳିକ ଅଧିକାର ବୀରେନ୍ଦ୍ର ସିଂ କହିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ଏହା ମଞ୍ଜୁର ହେବା ପରେ ଡିପିଆର ପ୍ରସ୍ତୁତି କାମ ଆରମ୍ଭ ହୋଇଛି । ୬ ମାସରେ ଡିପିଆର ସରିବ ଓ ତାପରେ ଟେଣ୍ଡର ଡକାଯିବ । ଟେଣ୍ଡର ଡକାହେବାର ଦେଢ଼ ବର୍ଷ ମଧ୍ୟରେ କାମ ସରିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହି ଲେନ୍କୁ ଆକ୍ସେସ କଣ୍ଟ୍ରୋଲ କରାଯିବ । ମନଇଚ୍ଛା ଆଉ ଲୋକେ ଏନଏଚକୁ ପ୍ରବେଶ କରିବେ ନାହିଁ । ପ୍ରବେଶ ପାଇଁ ୪ଟି କି ୫ଟି ସ୍ଥାନ ରହିବ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆକ୍ସେସ ପଏଣ୍ଟ କରିବୁ ବୋଲି ଏନଏଚଏଆଇ ରିଜିଓନାଲ ଅଧିକାରୀ ସୂଚନା ଦେଲେ । ଭୁବନେଶ୍ୱର-ପୁରୀ ରାସ୍ତା ଗହଳି ହୋଇଯାଉଥିବାରୁ ଏମିତି ନିଷ୍ପତ୍ତି ନିଆଯାଇଛି । ୬ କିମ୍ବା ୮ ଲେନ୍ ରାସ୍ତା ହେବା ସହ ସର୍ଭିସ୍ ରୋଡ ମଧ୍ୟ ରହିବ । ଏହା ଦୀର୍ଘ ଯାତ୍ରା ସମୟ ସୀମା ଯଥେଷ୍ଟ କମିବ । ଖର୍ଚ୍ଚ କମିବା ସହିତ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଯାତାୟାତକୁ ସହଜ କରିବ ।
ଓଡିଶା ପାଇଁ ଅନୁମୋଦିତ ବଡ଼ ପ୍ରକଳ୍ପ ମଧ୍ୟରୁ ରାଉରକେଲା-ପାରାଦୀପ କରିଡରର ୮ - ଲେନ୍ ଏବଂ ଟାଙ୍ଗୀ-ଇଛାପୁରମ ଷ୍ଟ୍ରେଚ୍ର ୬ -ଲେନ୍ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ୨୦୨୬ ଆର୍ଥିକ ବର୍ଷ ସୁଦ୍ଧା ସମାପ୍ତ ହେବାକୁ ସ୍ଥିର କରାଯାଇଛି ।



