ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନାହିଁ ନିମନ୍ତ୍ରଣ
ଭୁବନେଶ୍ୱର: ଜୁଲାଇ ୦୮: ରାଜ୍ୟସ୍ତରୀୟ ବନ ମହୋତ୍ସୋବକୁ ନେଇ ପୁଣି ରାଜନୈତିକ ବିବାଦ । ଅପରାଜିତାଙ୍କ ଉପରେ ସରକାରଙ୍କ ଆକ୍ରୋଶ ରାଜନୀତିରେ ଲାଗୁନି ବ୍ରେକ୍ । ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ ଅଭିଯୋଗ ହୋଇଛି । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ବନମହୋତ୍ସବ ପାଳନ ହୋଇଥିଲା । ଯେଉଁଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଓ ମେୟର ଉପସ୍ଥିତ ଥିଲେ । ହେଲେ […]
ଭୁବନେଶ୍ୱର: ଜୁଲାଇ ୦୮: ରାଜ୍ୟସ୍ତରୀୟ ବନ ମହୋତ୍ସୋବକୁ ନେଇ ପୁଣି ରାଜନୈତିକ ବିବାଦ । ଅପରାଜିତାଙ୍କ ଉପରେ ସରକାରଙ୍କ ଆକ୍ରୋଶ ରାଜନୀତିରେ ଲାଗୁନି ବ୍ରେକ୍ । ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ ଅଭିଯୋଗ ହୋଇଛି । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ବନମହୋତ୍ସବ ପାଳନ ହୋଇଥିଲା । ଯେଉଁଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଓ ମେୟର ଉପସ୍ଥିତ ଥିଲେ । ହେଲେ ନଥିଲେ ସ୍ଥାନୀୟ ସାଂସଦ ଅପରାଜିତା ସଡଙ୍ଗୀ । ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ବାହାରେ ଚାଲିଥିଲା ବିରୋଧ । କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନଥିବାରୁ ମୁଣ୍ଡରେ କଳାପଟି ବାନ୍ଧି ବିରୋଧ କରିଥିଲେ, ଧାରଣା ଦେଇଥିଲେ ସ୍ଥାନୀୟ ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହ । ସରକାରୀ କାର୍ଯ୍ୟକ୍ରମରେ କାହିଁକି ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ଉପେକ୍ଷା? ଏହାକୁ ନିନ୍ଦା କରିବା ସହ ବର୍ଷିଛନ୍ତି ସାଂସଦ ଅପରାଜିତା । ସେ କହିଛନ୍ତି- ଏହା ତାଙ୍କ ପ୍ରତି ଥିବା ରାଜ୍ୟ ସରକାରଙ୍କ ଭୟ ଓ ସଂକୀର୍ଣ୍ଣ ମାନସିକତାର ପରିଚୟ । ତାଙ୍କୁ କାହିଁକି ସରକାରୀ କାର୍ଯ୍ୟକ୍ରମରେ ଡକା ଗଲାନାହିଁ, ତାର ଉତ୍ତର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ । ତେବେ ଅନେକ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନଥିବା ଉଦାହରଣ ଦେଇ ପାଲଟା ରୋଷ ଦେଖାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସରକାରୀ କାର୍ଯ୍ୟକ୍ରମରେ ସାଂସଦକୁ ବୟକଟ କିମ୍ବା ଅପରାଜିତାଙ୍କ ପ୍ରତି ଶାସନକଳ ଆକ୍ରୋଶର ଏ ଅଭିଯୋଗ ନୂଆ ନୁହେଁ । ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅପରାଜିତାଙ୍କ କଡା ଓ ସିଧା ସମାଲୋଚନା ହିଁ ଏହାର କାରଣ ।




