ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ସ୍ୱୀକାର
ଭୁବନେଶ୍ୱର : ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ଗତ ୨୮ଫେବୃଆରୀ ୨୦୨୫ରେ ସେ ଭୁବନେଶ୍ୱରର ଡିସିପି ଭାବେ ଯୋଗଦେଇଥିଲେ । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କୁ ନେଇ ଚର୍ଚ୍ଚା ଲାଗିରହିଛି । ନିଜର ୧୩ବର୍ଷର କାର୍ଯ୍ୟ କାଳ ଭିତରେ ୩୭ ବର୍ଷୀୟ ଜଗମୋହନ ମୀନା କଟକ ଡିସିପି, ଅନୁଗୁଳ ଏସପି ଓ ଗଞ୍ଜାମ ଏସପି ଭାବେ ସଫଳତାର ସହ ଦାୟିତ୍ବ ତୁଲାଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନଥିବା ସେ ସ୍ବୀକାର କରିଛନ୍ତି ।
ଜଗମୋହନ ମୀନା ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କଥା କହିଛନ୍ତି । ଓଡ଼ିଶାରେ କାମ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମାନେ କରୁଛି । ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ । ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ନିଷ୍ପତି ନେଇଛି । ଓଡ଼ିଶାର ଲୋକ ବହୁତ ଭଲ । ମୋ ଉପରେ କୌଣସି ଚାପ ନଥିଲା ବୋଲି ନିଜ ପ୍ରତିକ୍ରିୟାରେ ଜଗମୋହନ ମିନା କହିଛନ୍ତି । ଆଇପିଏସ ଛାଡି କୌଣସି ବେସରକାରୀ ଅନୁଷ୍ଠାନରେ ସାମିଲ ହେବେ ବୋଲି ସୂଚନା ମିଳୁଛି କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ ।




