ଆରମ୍ଭ ହେଲା ଭୁବନେଶ୍ୱର ବାଲିଯାତ୍ରା : ମୁଖ୍ୟ ଆକର୍ଷଣ ସାଜିଛି ମୀନବଜାର

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ବିରତି ପରେ ଆରମ୍ଭ ହୋଉଛି ଭୁବନେଶ୍ବର ବାଲିଯାତ୍ରା । କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ ରେ ବନ୍ଦ ରହିଥିଲା ଏହି ବାଲିଯାତ୍ରା । କୁଆଖାଇ ନଦୀ ତଟ ନିକଟରେ ପଡ଼ିଥିବା ଏହି ଯାତ୍ରା ଭୁବନେଶ୍ୱର ବାଲିଯାତ୍ରାର ଚତୁର୍ଥ ସଂସ୍କରଣ । ଏହା ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା । ଚଳିତ ବର୍ଷ ଏହି ବାଲିଯାତ୍ରାରେ ୫୦୦ ଷ୍ଟଲ୍ ପଡ଼ିଥିବା ବେଳେ ୫୦ ରୁ ଅଧିକ ଖୋଲା ଆକାଶ […]

Samaya Live Picture
Published On

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ବିରତି ପରେ ଆରମ୍ଭ ହୋଉଛି ଭୁବନେଶ୍ବର ବାଲିଯାତ୍ରା । କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ ରେ ବନ୍ଦ ରହିଥିଲା ଏହି ବାଲିଯାତ୍ରା । କୁଆଖାଇ ନଦୀ ତଟ ନିକଟରେ ପଡ଼ିଥିବା ଏହି ଯାତ୍ରା ଭୁବନେଶ୍ୱର ବାଲିଯାତ୍ରାର ଚତୁର୍ଥ ସଂସ୍କରଣ । ଏହା ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ।

Bali Yatra has started: Main attraction is Min Bazar

ଚଳିତ ବର୍ଷ ଏହି ବାଲିଯାତ୍ରାରେ ୫୦୦ ଷ୍ଟଲ୍ ପଡ଼ିଥିବା ବେଳେ ୫୦ ରୁ ଅଧିକ ଖୋଲା ଆକାଶ ତଳେ ଦୋକାନ ରହିଛି । ଏହା ବ୍ୟତୀତ ଏଠାରେ ପଡ଼ିଥିବା ମୀନବଜର ଛୋଟ ପିଲାଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି । ରଙ୍ଗୀନ୍ ଆଲୋକ ତୋରଣ ସାଂଗକୁ ସୁସ୍ୱାଦୁ ଖାଦ୍ୟର ପସରା ମନ ମୋହୁଛି।ଗତକାଲି ପ୍ରଥମ ଦିନରେ ହଜାର ହଜାର ସଂଖ୍ୟାରେ ଲୋକେ ବୁଲିବାକୁ ଆସିଛନ୍ତି ।

Bali Yatra has started: Main attraction is Min Bazar

ଭୁବନେଶ୍ୱର ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା , ମେୟର ସୂଲୋଚନା ଦାସ , ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ , ଓଡ଼ିଶା ମୋ ପରିବାର ଆବାହକ ଅରୂପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।