ଭୁବନେଶ୍ୱର ବିମାନବନ୍ଦର ହେବ ଘରୋଇକରଣ,ଆଦାୟ ହେବ ‘ପର୍ ପାସେଞ୍ଜର ଫି’

ଭୁବନେଶ୍ୱର ବିମାନବନ୍ଦର ହେବ ଘରୋଇକରଣ,ଆଦାୟ ହେବ ‘ପର୍ ପାସେଞ୍ଜର ଫି’

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣ ହେବ । ପବ୍ଲିକ ପ୍ରାଇଭେଟ ପାର୍ଟନର୍ସିପ (ପିପିପି) ମୋଡରେ ଏହାର ପରିଚାଳନା କରାଯିବ । ଏନେଇ ତୃତୀୟ ପର୍ଯ୍ୟାୟ ଟେଣ୍ଡର ଆହ୍ୱାନ କରିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) । ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜାଲ୍ କମିଟି (ପିପିପିଏସି)ର ଯାଞ୍ଚ ପରେ ଆଗକୁ ବଢ଼ିବ ଘରୋଇକରଣ ପ୍ରକ୍ରିୟା ।

ସମ୍ବନ୍ଧିତ ଖବର ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର ବିମାନବନ୍ଦରକୁ ଘରୋଇ କମ୍ପାନି ହାତକୁ ଟେକି ଦିଆଯିବ । ଏୟାରପୋର୍ଟର ପରିଚାଳନା ଠାରୁ ଆରମ୍ଭ କରି ସଫେଇ ପର୍ଯ୍ୟନ୍ତ ସବୁ କିଛି ଘରୋଇ କମ୍ପାନି ପରିଚାଳନା କରିବ । ଗାଡି ପାର୍କିଂ ଫି ଆଦାୟ, ଯାତ୍ରୀ ଯାଞ୍ଚ, ଲଗେଜ୍ ପରିବହନ ବି ଘରୋଇ ଅନୁଷ୍ଠାନ କରିବ । କେବଳ ଏୟାରପୋର୍ଟ ହାତରେ ଟ୍ରାଫିକ୍ କଣ୍ଟ୍ରୋଲ ମ୍ୟାନେଜ୍‌ମେଣ୍ଟ ଏବଂ ସୁରକ୍ଷା ରହିବ । ଏଏଆଇ ପକ୍ଷରୁ ଟେଣ୍ଡର ଡକା ହୋଇଛି । ଏଥିରେ ଭୁବନେଶ୍ୱର ସହ ହୁବଲି ଏୟାରପୋର୍ଟକୁ ବଣ୍ଡଲ ଅପ୍ ପେୟାରରେ ଯୋଡ଼ା ହୋଇଛି। ଏହି ଦୁଇ ଏୟାରପୋର୍ଟକୁ ଗୋଟିଏ ଘରୋଇ ଅନୁଷ୍ଠାନ ଟେଣ୍ଡର ଜରିଆରେ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ଲାଭଦାୟକ ବିମାନବନ୍ଦର ହୋଇଥିବାବେଳେ ହୁବଲି କ୍ଷତିରେ ଚାଲୁଛି । ତେଣୁ ଭୁବନେଶ୍ୱର ବିମାନବନ୍ଦର ଲାଭରେ ଏହି ହୁବଲି ଏୟାରପୋର୍ଟର ବିକାଶ କରାଯିବ ।

ସମ୍ବନ୍ଧିତ ଖବର ୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

ଏୟାରପୋର୍ଟକୁ ଘରୋଇକରଣ କରାଯିବା ସହ ଏହାର ରାଜସ୍ୱ ଆଦାୟ ମଡେଲକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଣିକି ଏଏଆଇ ପକ୍ଷରୁ ‘ପର୍ ପାସେଞ୍ଜର ଫି’ ମୋଡ୍ରେ ରାଜସ୍ୱ ଆଦାୟ କରାଯିବ । ଅର୍ଥାତ ଯଦି ଜଣେ ଯାତ୍ରୀ ଯାତ୍ରା କରୁଛନ୍ତି ସେ ପରିଚାଳନା ବାବାଦକୁ କିଛି ନିର୍ଦ୍ଦିଷ୍ଟ ଅର୍ଥ ଦିଅନ୍ତି । ଏହି ଅର୍ଥକୁ ଏୟାରଲାଇନ୍ସ କମ୍ପାନୀ ଏୟାରପୋର୍ଟକୁ ଦେଇଥାଏ । ଏଥିରୁ ଅପରେଟିଂ ଚାର୍ଜ ଏବଂ ଇନ୍‌ଫ୍ରାଷ୍ଟ୍ରକଚର ବାବାଦକୁ ଟଙ୍କା କାଟିବା ପରେ ଏୟାରପୋର୍ଟ କିଛି ଲାଭ ରଖିଥାଏ । ଏବେ ଏହି ଆୟ ଘରୋଇ ଅନୁଷ୍ଠାନକୁ ଯିବ। ଫଳରେ ଏଥିରୁ ଏୟାରପୋର୍ଟ ଲାଭ ପାଇବ । ଏହା ସହ ଘରୋଇ ଏୟାରଲାଇନ୍ସ ଦେଉଥିବା ଲ୍ୟାଣ୍ଡିଂ ଚାର୍ଜ, ପାର୍କିଂ ଚାର୍ଜ, କମର୍ସିଆଲ୍ ସ୍ପେଶରୁ ଆସୁଥିବା ରାଜସ୍ୱ ଏବଂ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଏଜେନ୍ସି ହାତକୁ ଚାଲିଯିବ ।

ସମ୍ବନ୍ଧିତ ଖବର ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

 

Tags: