ଅକ୍ଟୋବର ୨୫ରୁ ଭୁବନେଶ୍ୱର - ପୁନେ ବିମାନ ସେବା
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨୫ ରୁ ଭୁବନେଶ୍ୱର ଓ ପୁନେ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ସେବା ପ୍ରଦାନ କରାଯିବ । ଯାହା ଏୟାରବସ୍ A320 ଏୟାରକ୍ରାଫ୍ଟ ଦ୍ୱାରା ପରିଚାଳିତ ହେବ । ପୂର୍ବରୁ ଏହି ରୁଟ୍ରେ କେବଳ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଚଳାଚଳ କରୁଛି । ନୂଆ ବିମାନ ସେବା ଆରମ୍ଭ ହେବା ଫଳରେ ଭୁବନେଶ୍ବରରୁ ପୁଣେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକ ବିକଳ୍ପ ମିଳିବ। ବିଶେଷକରି ଚାକିରି, ଶିକ୍ଷା, ବ୍ୟବସାୟ ଓ ଅନ୍ୟାନ୍ୟ କାମରେ ପୁଣେ ଯାଉଥିବା ଯାତ୍ରୀଙ୍କ ପାଇଁ ଏହି ସେବା ଉପକାରୀ ହେବ।
Tags:




