ଭୁବନେଶ୍ୱର - ପୁଣେ ବିମାନ ବାତିଲ, ଯାତ୍ରୀ ହିନସ୍ଥା
ଭୁବନେଶ୍ୱର : ପୁଣେ- ଭୁବନେଶ୍ଵର ଫ୍ଲାଇଟ ବାତିଲ୍ । ଗୁରୁବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ ପ୍ରଥମେ ଦୁଇଘଣ୍ଟା ବିଳମ୍ବ ହେବା ପରେ ଫ୍ଲାଇଟ୍ ବାତିଲ୍ କରିଥିଲା ଏୟାରଲାଇନ। ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଯାତ୍ରୀ ମନନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ବିମାନ ବନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ତେବେ ପ୍ରାୟ ତିନିଘଣ୍ଟା ପରେ ଯାତ୍ରୀଙ୍କ ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଇଥିଲା । ତେବେ ଫ୍ଲାଇଟ କେଉଁ କାରଣରୁ ବାତିଲ କରାଗଲା ତାର କାରଣ ଅସ୍ପଷ୍ଟ ରହିଛି।
ପ୍ରଥମ ପର୍ଯ୍ୟାୟରେ ୭୨ ଜଣଙ୍କ ପାଇଁ ମୁମ୍ବାଇ ଫ୍ଲାଇଟରେ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ କିଛି ଯାତ୍ରୀଙ୍କୁ ଦିଲ୍ଲୀ ଓ ବାଙ୍ଗାଲୁର ଫ୍ଲାଇଟରେ ପଠାଇବାକୁ ବ୍ୟବସ୍ଥା କରାଯାଇଥିଲା ।
Tags:




