ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ

ଭବିଷ୍ୟତରେ ଆଉ କୌଣସି ସରକାରୀ ଚାକିରୀ କରି ପାରିବେ ନାହିଁ

ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ
Samaya Live News Picture
Published On

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ତାଙ୍କୁ ଚାରିରୀରୁ ବହିଷ୍କାର କରାଯାଇଛି । ଅପରାଧିକ ମାମଲାରେ ୪୮ଘଣ୍ଟାରୁ ଅଧିକ ଅଟକ ରହିବା ମାମଲାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ସରକାରୀ ସେବାରୁ ବହିଷ୍କାର ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଭବିଷ୍ୟତରେ ଆଉ କୌଣସି ସରକାରୀ ଚାକିରୀ କରି ପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ରିମାଣ୍ଡରେ ଆସିଥିବାବେଳେ ଚନ୍ଦ୍ରିକା ଙ୍କ ସହିତ ସମ୍ପର୍କ ଏବଂ ବିବାହ ପାଇଁ ମନ କରିବା କଥା ସେ ମାନିଥିଲେ । ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ି ନଦୀରୁ ମିଳିବା ପରେ ତାଙ୍କୁ ଗିରଫ କରିଥିଲା ବାରଙ୍ଗ ପୋଲିସ । 

ସୂଚନାନୁସାରେ, ଶ୍ରୀ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ । ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ । ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜୁଡିସିଆଲ୍ କଷ୍ଟୋଡିକୁ ପଠାଯାଇଛି ।

Tags: