ଆଖିରେ କଳାପଟି ବାନ୍ଧି ମଦ ଲାଇସେନ୍ସ ବାଣ୍ଟିଲେ ଭଦ୍ରକ ଜିଲ୍ଲାପାଳ
ଭଦ୍ରକ : ମଦ ଲାଇସେନ୍ସ ବାଣ୍ଟିବା ପାଇଁ ଅଭିନବ ଉପାୟ । ଆଖିରେ ପଟି ବାନ୍ଧି ଲଟେରୀ ଚୟନକଲେ ଭଦ୍ରକ ଜିଲ୍ଲାପାଳ। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୫୩ ଟି ଦେଶୀ ଓ ବିଦେଶୀ ନୂଆ ମଦ ଦୋକାନ ଖୋଲିଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାୟୀ ଵିଜ୍ଞାପନ ପ୍ରକାଶ ପରେ ୬୪୦ ଜଣ ଲାଇସେନ୍ସ ପାଇବା ପାଇଁ ଆବେଦନ କରିଥିଲେ। ତେଣୁ ସରକାରଙ୍କ ନିୟମ ଅନୁଯାୟୀ ଲଟେରୀ କରାଯାଇଥିଲା । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅବକାରୀ ଅଧକ୍ଷକଙ୍କ ଉପସ୍ଥିତରେ ଲଟେରୀ ଉଠାଯାଇଥିଲା । ଖୋଦ୍ ଜିଲ୍ଲାପାଳ ନିଜେ ଲଟେରୀ ଉଠାଇଥିଲେ । ତେଣୁ ଜିଲ୍ଲାପାଳ ଲଟେରୀ ଉଠାଇବା ବେଳେ ନିଜ ଆଖିରେ କଳା ପଟି ବାନ୍ଧି ଗୋଟିଏ ପରେ ଗୋଟିଏ ଲଟେରୀ ଉଠାଇଥିଲେ ।
ସେହି ଲଟେରୀ ଉଠାଣର ଭିଡିଓ ଗ୍ରାଫି ସହିତ ଉପସ୍ଥିତ ଆବେଦନକାରୀ ମାନେ ବଡ଼ ବଡ଼ ଏଲସିଡ଼ି ମାଧ୍ୟମରେ ଦେଖି ପାରିଥିଲେ । ଯାହା ଜିଲ୍ଲାରେ ବେଶ କୌହୁତୁଳ ବିଷୟ ହୋଇଛି । ଏହି ପ୍ରକ୍ରିୟାରେ ୬୪୦ରୁ ଅଧିକ ଲୋକ ଲାଇସେନ୍ସ ପାଇଁ ଆବେଦନ କରିଥିବାରୁ ଉତ୍ସାହୀ ବିଡରଙ୍କ ବିଶାଳ ଭିଡ଼ ଦେଖାଯାଇଥିଲା । ତେଣୁ, ସମ୍ପୂର୍ଣ୍ଣ ନିରପେକ୍ଷତା ଏବଂ ସ୍ୱଚ୍ଛତା ପାଇଁ, ଟୋକନ୍ ବାଛିବା ସମୟରେ ଜିଲ୍ଲାପାଳ ନିଜେ ଆଖିରେ କଳା ପଟି ବାନ୍ଧିଥିଲେ । ତେବେ କେତକ ଏହାକୁ ଜିଲ୍ଲାପାଳ ଆଖି ବୁଝି ମଦ ଲାଇସେନ୍ସ ଦେଉଥିବା କହୁଥିବା ବେଳେ ବାସ୍ତବରେ ସରକାରଙ୍କ ନିର୍ଦେଶ ମୁତାବକ ଏହା କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।



