ପାଣିରେ ବୁଡ଼ି ବଙ୍ଗଳା ଅଭିନେତାଙ୍କ ମୃତ୍ୟୁ
ଭୋଗରାଇ : ସୁଟିଂ ବେଳେ ଅଘଟଣ । ପାଣିରେ ବୁଡ଼ି ଯାଇ ବଙ୍ଗଳା ଅଭିନେତାଙ୍କ ମୃତ୍ୟୁ । ମୃତକ ବଙ୍ଗଳା ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀ । ଭୋଗରାଇ ତାଲସାରୀରେ ସୁଟିଂ ସମୟରେ ବୋଟରୁ ଖସିପଡି ଅଘଟଣର ଶିକାର ହୋଇଥିଲେ ଅଭିନେତା । ମୃତ୍ୟୁ ବେଳକୁ ତାଙ୍କୁ ୪୩ବର୍ଷ ବୟସ ହୋଇଥିଲା ।
ସୂଚନା ଅନୁସାରେ, ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀ 'ଭୋଲେ ବାବା ପାର କରେଗା' ଏକ ବେଙ୍ଗଲୀ ସିରିଏଲ ସୁଟିଂ ପାଇଁ ଭୋଗରାଇ ତାଲସାରୀ ଆସିଥିଲେ । ତେବେ ସୁଟିଂ ସମୟରେ ହିରୋ ହିରୋଇନଙ୍କ ଗୋଡ଼ ଖସିଯିବାରୁ ପାଣିରେ ପଡ଼ି ଯାଇଥିଲେ । ସଂଗେସଂଗେ ରାହୁଲଙ୍କୁ ପାଣିରୁ ଉଦ୍ଧାର କରି ଦୀଘା ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ରବିବାରର ଏହି ଘଟଣା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ଆସିବା ମାତ୍ରେ ପଶ୍ଚିମବଙ୍ଗର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।
Tags:



