ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ହନ୍ତସନ୍ତ

ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ହନ୍ତସନ୍ତ
Samaya Live News Picture
Published On

ଭୁବନେଶ୍ବର : ଆକାଉଣ୍ଟକୁ ଆସୁନାହିଁ ଭତ୍ତା (ମଧୁବାବୁ ପେନସନ) ଟଙ୍କା । ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ବୟସ୍କ ଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ ପର୍ଯ୍ୟନ୍ତ ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ବ୍ଲକ ଅଫିସରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ । ତେବେ କେବେ ଭତ୍ତା ଟଙ୍କା ମିଳିବ ଏବଂ କଣ ପାଇଁ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ଏହାର କୌଣସି ସଠିକ ଉତ୍ତର ମିଳୁନାହିଁ । ଏହା ଗୋଟିଏ କିମ୍ବା ୨ଟି ସ୍ଥାନରେ ନୁହେଁ ଆସିକା ,ବୌଦ୍ଧ , ଡେରାବିଶି ,କେନ୍ଦ୍ରାପଡା ଆଦି ବିଭିନ୍ନ ସ୍ଥାନରୁ ଦେଖିବାକୁ ମିଳିଛି ଏହି ବିକଳ ଚିତ୍ର । ଭତ୍ତା ଟଙ୍କା ମିଳିନଥିବାରୁ ପଂଚାୟତ, ବ୍ଲକ ଓ ବ୍ୟାଙ୍କରେ ଲାଗୁଛି ଶହ ଶହ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କ ଗହଳି । କେବେ ଭତ୍ତା ଟଙ୍କା ମିଳିବ ସେ ନେଇ କାହା ପାଖରେ ନାହିଁ ସଠିକ୍ ଉତ୍ତର । 
ଭତ୍ତା ଟଙ୍କାରେ ଔଷଧଠାରୁ ଆରମ୍ଭ କରି ବଂଚିବା ପାଇଁ ସାହାରା ସାଜିଥିବାରୁ ସେମାନଙ୍କ ନିଦ ହଜି ଯାଇଛି । ବାଧ୍ୟ ହୋଇ କିଏ ଚାଲି ଚାଲି ପଂଚାୟତ ଅଫିସକୁ ଧାଉଁଛି ତ ଆଉ କିଏ ଅଟୋ ଭଡା କରି ଭତ୍ତା ପାଇଁ ଦଉଡୁଛନ୍ତି । କିନ୍ତୁ ଯେଉଁଠିକୁ ଗଲେ ବି ତୁମର ଟିପ ଚିହ୍ନ, ଆଖି ସ୍କାନ ସବୁ ବଦଳିଯାଇଛି ବୋଲି କହି ଫେରାଇ ଦେଉଛନ୍ତି । ମାନସିକ ବିକାରଗ୍ରସ୍ତ, ଶଯ୍ୟାଶାୟୀଙ୍କ ଅବସ୍ଥା ଆହୁରି ସାଂଘାତିକ । ବୟସାଧିକୟ ଯୋଗୁଁ ଆଖିର ଦୃଷ୍ଟି ଶକ୍ତି ସହିତ ଟିପିଚିହ୍ନ ମଧ୍ୟ ବଦଳି ଥାଏ , ତେବେ ସରକାରଙ୍କ ପକ୍ଷରୁ ଏହାର କଣ ବିକଳ୍ପ ବ୍ୟବସ୍ଥା କରାଯାଉଛି ଏନେଇ କାହା ପାଖରେ ମଧ୍ୟ ସ୍ପଷ୍ଟ ଉତ୍ତର ନାହିଁ । ତେବେ କେତେକ ପଞ୍ଚାୟତରେ ଯେଉଁମାନେ ହାତାହାତି ଟଙ୍କା ନେଉଛନ୍ତି ସେହିମାନଙ୍କ ଛଡା ଆକାଉଣ୍ଟ ଜରିଆରେ ଭତ୍ତା ଟଙ୍କା  ନେଉଥିବା ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ଅଛନ୍ତି ।

 

Tags: