ସାବଧାନ ହର୍ଲିକ୍ସରେ ବ୍ୟାପକ ଅପମିଶ୍ରଣ !

ସାବଧାନ ହର୍ଲିକ୍ସରେ ବ୍ୟାପକ ଅପମିଶ୍ରଣ !
Samaya Live News Picture
Published On

ଭୁବନେଶ୍ୱର : ହର୍ଲିକ୍ସ ପିଉଥିଲେ ସାବଧାନ । ବଜାରରେ ବିପୁଳ ପରିମାଣରେ ମିଳୁଛି ଅପମିଶ୍ରିତ ହର୍ଲିକ୍ସ । ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ହେଉଛି ଖାଦ୍ୟ ଅପମିଶ୍ରଣ  I ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ହର୍ଲିକ୍ସ । ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୁରଭଞ୍ଜରୁ ଜବତ ହୋଇଛି ଅପମିଶ୍ରିତ ହର୍ଲିକ୍ସ । ତେବେ ଖାଲି ହର୍ଲିକ୍ସ କାହିଁକି ଦହି, କ୍ଷୀର, ଛେନା, ପାଣି, ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ଅପମିଶ୍ରିତ ହୋଇଥିବାବେଳେ ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍‌, ସୋୟାବିନ, ଘିଅ, ଲହୁଣୀ ବି ଅପମିଶ୍ରିତ ହେଉଛି । ସୋମବାର ଗୃହରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଖାଦ୍ୟର ମାନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ତାରା କହିଛନ୍ତି, ରାଜ୍ୟରେ ସବୁଠି ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଛି । ତାରାଙ୍କ ପ୍ରଶ୍ନର ଗୃହରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଚିନି, ପାମ୍ପଡ଼, ଚକୋଲେଟ, ନୁଡୁଲ୍ସ ଆଦି ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ସେ କହିଛନ୍ତି, ସମସ୍ତେ ଖାଉଥିବା ଲୁଣ ବି କିଛି ସ୍ଥାନରେ ଭେଜାଲ । ଏପରିକି ୩୦ ଜିଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ତା’ର ମଧ୍ୟ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ରାଜ୍ୟ ସରକାର ଅପମିଶ୍ରିତ ଖାଦ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଖାଦ୍ୟ ନିରାପତ୍ତା ଆୟୋଗଙ୍କ ଦ୍ୱାରା ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ସମସ୍ତ ଜିଲା ଏବଂ ପୌର ପରିଷଦ ଅଞ୍ଚଳରେ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ନିୟମିତ ଭାବରେ ଚଢ଼ାଉ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

 

Tags: