ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

କଟକ : ଆଜି ପଡିଆରେ ପିଚ୍‌ ଯାଞ୍ଚ କରିଛନ୍ତି କ୍ୟୁରେଟର୍‌ । ଡିସେମ୍ବର ୯ ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ମ୍ୟାଚ୍ ପାଇଁ ପଡିଆରେ ପିଚ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ । ପିଚ୍ ପ୍ରସ୍ତୁତି ସହ ପଡିଆର ପ୍ରସ୍ତୁତି ନେଇ ମଧ୍ୟ ବିସିସିଆଇ କ୍ୟୁରେଟର ଅନୁଧ୍ୟାନ କରିଛନ୍ତି । ଆଶିଷ ଭୌମିକଙ୍କ ସହ ଓସିଏର ମୁଖ୍ୟ ଓ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍‌ ଉପସ୍ଥିତ ରହିଛନ୍ତି ।  ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ତିନୋଟି ପିଚ୍‌ ପ୍ରସ୍ତୁତ କରାଯାଇଛି । ପିଚ୍‌ ଯାଞ୍ଚ ହେବା ପରେ କେଉଁଟାରେ ଖେଳାଯିବ ତାହା ସ୍ପଷ୍ଟ ହେବ । 

Read More ନନ୍ଦନକାନନକୁ ଆସିଲେ ୧୯ ନୂଆ ଅତିଥି

ସୂଚନାଯୋଗ୍ୟ ଯେ, ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା । ଡିସେମ୍ବର ୧ ତାରିଖ ଦିନ ୨ ଟାରେ ବାରବାଟୀ ଅନଲାଇନ୍ ଟିକେଟ ବିକ୍ରି ପ୍ରକ୍ରିୟା ସରିଛି । ସୋମବାର ଅପରାହ୍ନ ୨ଟାରେ ୱେବସାଇଟ୍ ଖୋଲିବା ମାତ୍ରେ ଦର୍ଶକ ମାନେ ଅନଲାଇନ ମାଧ୍ୟମରେ ନିଜର ଟିକେଟ ବୁକିଂ କରିଛନ୍ତି । ଏବଂ ଏହି ଟିକେଟ ସେମାନେ ଆସନ୍ତା ଡ଼ିସେମ୍ବର ୮ ଓ ୯ ତାରିଖରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲରୁ ସଂଗ୍ରହ କରିବେ ।  ଅଫଲାଇନ ଟିକେଟ ବେଳେ ବିଭ୍ରାଟ ହେଉଥିବାରୁ କାଉଣ୍ଟର ସାମ୍ନାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । 

Read More ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

ପୂର୍ବ ମ୍ୟାଚ୍ ରେ ଅନଲାଇନରେ ୪,୦୦୦ ହଜାର ଟିକେଟ ବିକ୍ରି ହୋଇଥିବା ବେଳେ ଚଳିତ ମ୍ୟାଚ୍ ପାଇଁ ମାତ୍ର ୨ ହଜାର ଟିକେଟ୍ ରଖାଯାଇଥିଲା ।  ସେହିଭଳି ପୂର୍ବ ମ୍ୟାଚ୍ ରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୧୦,୦୦୦ ଟିକେଟ୍ ବିକ୍ରି ହେବ । ଏହି ଟିକେଟ ଦର ପୂର୍ବ ମ୍ୟାଚ ଭଳି ସମାନ ଦାମ୍ ରହିଛି ବୋଲି କହିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Read More ୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ

କ୍ରିକେଟ ମହା ଲଢେଇ ପାଇଁ ୭ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ ବାରବାଟୀକୁ ଯିବେ । ହାତରେ ଅଳ୍ପ ସମୟ ଥିବାରୁ  ଗ୍ୟାଲେରୀକୁ ନୂଆ ରୂପ ଦିଆଯାଉଛି । ସିଟ୍‌ର ଆକାର ବଢିଛି । କ୍ରିକେଟପ୍ରେମୀଙ୍କ ପାଇଁ ଲାଇଟ ଆଣ୍ଡ ସାଉଣ୍ଡ ସୋର ବ୍ୟବସ୍ଥା କରିଛି ଓସିଏ । ପୂର୍ବଥର ଭଳି ଯେପରି ବିଦ୍ୟୁତ ବିଭ୍ରାଟ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

Tags: