ଗାଡି ୫୦ରୁ ସ୍ପିଡ ହେଲେ ଗଣିବେ ୭୦୦୦ ଟଙ୍କା

ଭୁବନେଶ୍ୱର: ଫେବୃଆରୀ ୨୩: ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ । ୫୦ ସ୍ପିଡରୁ ଅଧିକ ବେଗରେ ଗାଡି ଚଳାଇଲେ ଗଣିବାକୁ ପଡିବ ୭୦୦୦ ଫାଇନ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ । ସିଟି ଭିତରେ ଓଭର ସ୍ପିଡିଂକୁ ରୋକିବା ପାଇଁ ଏଭଳି କଠୋର ନିୟମ ନେଇଛି ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ ଏବଂ ଟ୍ରାଫିକ ପୋଲିସ । ଦ୍ରୁତଚାଳକଙ୍କୁ ଜଗିବାକୁ ଟ୍ରାଫିକ ଛକରେ ଏଥିପାଇଁ ଅତ୍ୟାଧୁନିକ ଡିଭାଇସ୍ ଲଗାଇଯାଇଛି । […]

Samaya Live Picture
Published On

ଭୁବନେଶ୍ୱର: ଫେବୃଆରୀ ୨୩: ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ । ୫୦ ସ୍ପିଡରୁ ଅଧିକ ବେଗରେ ଗାଡି ଚଳାଇଲେ ଗଣିବାକୁ ପଡିବ ୭୦୦୦ ଫାଇନ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ । ସିଟି ଭିତରେ ଓଭର ସ୍ପିଡିଂକୁ ରୋକିବା ପାଇଁ ଏଭଳି କଠୋର ନିୟମ ନେଇଛି ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ ଏବଂ ଟ୍ରାଫିକ ପୋଲିସ । ଦ୍ରୁତଚାଳକଙ୍କୁ ଜଗିବାକୁ ଟ୍ରାଫିକ ଛକରେ ଏଥିପାଇଁ ଅତ୍ୟାଧୁନିକ ଡିଭାଇସ୍ ଲଗାଇଯାଇଛି ।

ପ୍ରତ୍ୟେକ ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ । ବେଗ ଘଣ୍ଟାପ୍ରତି ୫୦କିମିରୁ ଅଧିକ ହେଲେ ସିଧା ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମୋବାଇଲକୁ ଏସଏମଏସ ଯୋଗେ ପଠାଯିବ ଚାଲାଣ ।ଏଥିପାଇଁ ଜରିମାନା ରାଶି ୭୦୦୦ ରହିଛି । ଯଦି ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଏହା ୨୦୦୦କୁ କମାଇ ଦିଆଯିବ । କିନ୍ତୁ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ । ଯଦି ଏଭଳି ତିନି ଥର ନିୟମ ଉଲ୍ଲଂଘନ କରନ୍ତି ତାହେଲେ ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସଂପୂର୍ଣ୍ଣ ରଦ୍ଦ ହୋଇଯିବ ।

ତେବେ ୧୩ଟି ଟ୍ରାଫିକ ଛକ- ପଟିଆ, ପାୱାର ହାଉସ୍, କଳିଙ୍ଗ ଷ୍ଟାଡିୟମ୍, କ୍ୟାପିଟାଲ୍ ହସ୍ପିଟାଲ୍, କିଟ୍ ଛକ, କିଟ୍ କ୍ୟାଂପସ୍ ଗେଟ୍-୩, ଶିଶୁଭବନ ଛକ, ବାଣୀବିହାରଠାରୁ ଶିଶୁଭବନ, କ୍ୟାପିଟାଲ୍ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ, ଟ୍ରାଇଡେଣ୍ଟ ହୋଟେଲ୍ ଓ ନାକାଗେଟ୍ ଟ୍ରାଫିକ୍ ପୋଷ୍ଟରେ କ୍ୟାମେରା ଖଞ୍ଜା ଯାଇଛି । ବହୁ ଲୋକେ ଏହାକୁ ପସନ୍ଦ କରିଥିବା ବେଳେ କେତେକ ଜରିମାନା ଅଧିକବୋଲି ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।