ରାଜଧାନୀ ରେ ବାୟୁବୀର ଙ୍କ ‘ସୂର୍ଯ୍ୟକିରଣ’ ସୋ
ଭୁବନେଶ୍ୱର : ଆଜି ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ହେଉଛି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ I ବାୟୁ ବୀରଙ୍କ ପକ୍ଷରୁ ଆଜି ୧୮ରୁ ୨୦ ମିନିଟ୍ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହୋଇ ଆକାଶରେ ନିଜ ଶକ୍ତି ଓ ସାମର୍ଥ ଦେଖାଉଛନ୍ତି । ଏହାକୁ ଦୁଇଟି ଯର୍ୟାୟ କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ […]
ଭୁବନେଶ୍ୱର : ଆଜି ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ହେଉଛି ଚିତାକର୍ଷକ ସୂର୍ଯ୍ୟକିରଣ ଶୋ I ବାୟୁ ବୀରଙ୍କ ପକ୍ଷରୁ ଆଜି ୧୮ରୁ ୨୦ ମିନିଟ୍ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହୋଇ ଆକାଶରେ ନିଜ ଶକ୍ତି ଓ ସାମର୍ଥ ଦେଖାଉଛନ୍ତି । ଏହାକୁ ଦୁଇଟି ଯର୍ୟାୟ କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ୯ଜଣ ପାଇଲଟ ଆଉ ଦୁଇଜଣ ଷ୍ଟାଣ୍ଡବାଇ ରହିଛନ୍ତି । ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ସୋ ପାଇଁ ସେମାନଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା ।

ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଆଜି ଦିନ ୧୦ଟାରୁ ଏହି ଶୋ ଆରମ୍ଭ ହୋଇଥିବା ବେଳେ ୧୧ ଟା ଯାଏଁ ଚାଲିଥିଲା I ସେପଟେ ଏୟାର ସୋ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓଡ୍ରାଫ୍ ଟିମ୍ ସହ ୪୫ ସେକସନ୍ ଫୋର୍ସ ମୁତୟନ ରହିଛନ୍ତି ।




