ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ଼ ,ହାଇକୋର୍ଟଙ୍କ ଅସନ୍ତୋଷ

ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ଼ ,ହାଇକୋର୍ଟଙ୍କ ଅସନ୍ତୋଷ
Samaya Live News Picture
Published On

ଭୁବନେଶ୍ୱର:’ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ। ଗୃହ ବିଭାଗ ଜରିଆରେ କମିଶନରେଟ ପୋଲିସ ଓ ଟ୍ରାଫିକ ଡିସିପିଙ୍କ ମତାମତ ଲୋଡ଼ିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ନେଇ ଆଇନଗତ ବିବାଦ ସୃଷ୍ଟି ହୋଇଛି। ଓଲ୍ଡ ଏୟାରପୋର୍ଟ ରୋଡରେ ଥିବା ‘ନବୀନ ନିବାସ’ ସାମ୍ନାରେ ସରକାରୀ ରାସ୍ତା ଉପରେ ଥିବା ବ୍ୟାରିକେଡ୍ ଯାତାୟାତରେ ବାଧା ସୃଷ୍ଟି ଅଭିଯୋଗକୁ ନେଇ ଓଡିଶା ହାଇକୋର୍ଟରେ ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ମାମଲା ରୁଜୁ କରିଥିଲେ । 

ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଉ ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍ କରାଯାଇଛି, ତାହାକୁ ହଟାଯାଉ। ଏହି ମାମଲାରେ ମୁଖ୍ୟ ସଚିବ, GA&PG ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍ସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । ଗତ ଫେବୃୟାରୀ ୩ ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସରକାରୀ ଅଧିକାରୀମାନଙ୍କ ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସୁରକ୍ଷା ବ୍ୟାରିକେଡ୍ ହଟାଇବା ସହ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କିଛି ଷ୍ଟ୍ରକଚରର ଆବଶ୍ୟକତା ଅଛି କି ନାହିଁ ତାହା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ନବୀନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

Tags: