ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ

ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୫ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ

ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ
Samaya Live News Picture
Published On

ନୂଆଦିଲ୍ଲୀ : ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ । ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ ପକ୍ଷରୁ ଧର୍ମଘଟ କରାଯଇଛି । ସପ୍ତାହକୁ ୫ଦିନିଆ କାର୍ଯ୍ୟ ଦିବସ ସହିତ ୩ ଦଫା ଦାବି ନେଇ ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ । ସରକାର ଏବଂ ବ୍ୟାଙ୍କ ୟୁନିଅନ ଗୁଡ଼ିକ ମଧ୍ୟରେ ଆଲୋଚନା ବିଫଳ ହେବାପରେ ଏହି ନିଷ୍ପତ୍ତି ନେଇଛି ସଂଘ । ତେବେ ଶୁକ୍ରବାର ବ୍ୟାଙ୍କ ଧର୍ମଘଟ ପରେ ମଙ୍ଗଳବାର ପର୍ଯ୍ୟନ୍ତ ରହିଛି ବ୍ୟାଙ୍କ ଛୁଟି । ୧୨ ତାରିଖ ମାସର ୨ୟ ଶନିବାର, ରବିବାର, ସୋମବାର ଗଣେଷ ପୂଜା ଏବଂ ମଙ୍ଗଳବାର ନୂଆଖାଇ ପଡୁଥିବା ଯୋଗୁ କ୍ରମାଗତ ଭାବେ ୫ ଦିନ ଧରି ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବତେଣୁ ଏସବୁକୁ ମିଶାଇଲେ ସେପ୍ଟେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଲଗାତାର ଭାବେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ଏହି ଦିନଗୁଡିକରେ ବ୍ୟାଙ୍କ ସେବା ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ,୫ ଦିନିଆ କାର୍ଯ୍ୟ ଦିବସ, ପରଫରମାନ୍ସ ଲିଙ୍କଡ ଇନସେନଟିଭ (ପିଏଲଆଇ) ପ୍ରତ୍ୟାହାର, ପେନସନ ସହିତ ଅନ୍ୟ ଦାବି ପୂରଣ ପାଇଁ ସଂଘ ଦାବି କରିଆସୁଛି । ପୂର୍ବରୁ ପିଏଲଆଇ ଯୋଜନାକୁ କେନ୍ଦ୍ର ସରକାର ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ । ମାତ୍ର ସଂଘ ଏତିକିରେ ସନ୍ତୁଷ୍ଟ ହୋଇନାହିଁ। ଏହି ଧର୍ମଘଟ ଏଡ଼ାଇବା ପାଇଁ ବ୍ୟାଙ୍କ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଏଥିରୁ କୌଣସି ଫଳାଫଳ ବାହାରି ପାରି ନ ଥିଲା । ୟଏଫବିୟୁ ପକ୍ଷରୁ କୁହାଯାଇଛି ଯେ ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କିମ୍ବା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଦେବା ନ ଯାଏ ଧର୍ମଘଟ ପ୍ରତ୍ୟାହାର କରାଯିବ ନାହିଁ। ଏଥର ଦାବି ପୂରଣ ନ ହେଲେ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ପୁଣି କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ। ଏହା ସତ୍ତ୍ବେ ସରକାର ନ ଶୁଣିଲେ ଅକ୍ଟୋବର ୨୬ରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି ।

Tags: