ଆଜି ସାରା ଦେଶରେ ବ୍ୟାଙ୍କ ଧର୍ମଘଟ
ସପ୍ତାହରେ ୫ଟି କାର୍ଯ୍ୟଦିବସ ଦାବି
ଭୁବନେଶ୍ବର : ସପ୍ତାହରେ ୫ଟି କାର୍ଯ୍ୟଦିବସ ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ ଧର୍ମଘଟ । ୫ ଦିନିଆ କାର୍ଯ୍ୟ ସପ୍ତାହ ଅର୍ଥାତ ସବୁ ଶନିବାର ଗୁଡିକୁ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ଦାବି କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ ଧାରଣା ଦେଇଛି । ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ବ୍ୟାଙ୍କ ଧର୍ମଘଟରେ ଷ୍ଟେଟ୍ ବ୍ୟାଙ୍କ, ପିଏନ୍ବି, ବ୍ୟାଙ୍କ ଅଫ୍ ବରୋଦା ସମେତ ୧୨ଟି ବ୍ୟାଙ୍କ ସାମିଲ ହୋଇଛନ୍ତି ।
ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଅତ୍ୟଧିକ କାର୍ଯ୍ୟଚପ ପାଇଁ ପ୍ରତିଶନିବାରକୁ ଛୁଟି ଘୋଷଣା ଦାବି କରିଛନ୍ତି ବ୍ୟାଙ୍କ କର୍ମଚାରୀ ।
୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି ।
ଦୁଇ ଦିନିଆ ଛୁଟି ଆରବିଆଇ, ଏଲଆଇସି ଓ ଜିଆଇସି,ଷ୍ଟକ୍ ଏକ୍ସଚେଞ୍ଜ ଗୁଡ଼ିକରେ ମଧ୍ୟ ଲାଗୁ ହୋଇଛି ଇ ତେଣୁ ବ୍ୟାଙ୍କ ଗୁଡିକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ଭାବରେ ପାଳନ ପାଇଁ ଓ ଶନିବାର ଓ ରବିବାର ଦିନ ବନ୍ଦ ରହିବ ବୋଲି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ କହିଛି ।



