ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଅଧିକାରୀ

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଅଧିକାରୀ
Samaya Live News Picture
Published On

ଭୁବନେଶ୍ବର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଲକାନଗିରି କେସିସି ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରା। ଚାଷୀଙ୍କ ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କୋରାପୁଟ ଭିଜିଲାନ୍ସ କେସ୍‌ ନଂ. ୪ ଓ ୫ ପ୍ରକାରେ ଖରାଙ୍କୁ ସୋମବାର ଗିରଫକରି କୋର୍ଟଚାଲାଣ କରାଯାଇଛି। ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲାର ୫ଟି ଲ୍ୟାମ୍ପ ପ୍ରାଥମିକ ସମବାୟ ସୋସାଇଟିର ଚାଷୀମାନେ ନେଇଥିବା ୧ କୋଟି ୮ଲକ୍ଷ ୭୫ ହଜାର କୃଷି ଋଣ ଟଙ୍କା ଫେରାଇଥିଲେ । କିନ୍ତୁ ଏହି ଟଙ୍କାକୁ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଖରା ବ୍ୟାଙ୍କ ଖାତାରେ ଜମା ନକରି ନିଜେ ହରିଲୁଟ୍ କରିଥିଲେ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗତ ୧୫ ଦିନ ପୂର୍ବେ କେସିସି ବ୍ୟାଙ୍କର ନିର୍ଦ୍ଦେଶକ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ମାଲକାନଗିରି ଆସି ଏ ସମ୍ବନ୍ଧରେ ତଦନ୍ତ କରିବା ପରେ ପରିଚାଳକ ଖରା ଏହି ଟଙ୍କା ହଡ଼ପ କରିଥିବା ପ୍ରମାଣ ମିଳିଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Tags: