କଟକରୁ ଅପହୃତ ବ୍ୟାଙ୍କ ମ୍ୟାନେଜର ବାଲେଶ୍ୱରରୁ ଉଦ୍ଧାର

କଟକରୁ ଅପହୃତ ବ୍ୟାଙ୍କ ମ୍ୟାନେଜର ବାଲେଶ୍ୱରରୁ ଉଦ୍ଧାର
Samaya Live News Picture
Published On

ଭୁବନେଶ୍ୱର : ଋଣ ନମିଳିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଅପହରଣ । କଟକର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଘରୁ ଡାକି କାରରେ ଅପହରଣ କରିନେଲେ ଦୁର୍ବୁତ୍ତ । ପରବର୍ତ୍ତୀ ସମୟରେ ଅପହରଣକାରୀ ମନୋଜଙ୍କ ପତ୍ନୀଙ୍କୁ ଫୋନ କରି ଟଙ୍କା ଦେଲେ ସ୍ୱାମୀଙ୍କୁ ଛାଡ଼ିବୁ ବୋଲି କହିଥିଲେ । ଏନେଇ କଟକ ମଧୁପାଟଣା ଥାନାରେ ଏତଲା ଦେଇଥିଲେ ପତ୍ନୀ । ତେବେ ମଧୁପାଟଣା ପୋଲିସର ତ୍ୱରିତ ଅଭିଯାନରେ ଅପହୃତ ବ୍ୟାଙ୍କ ଅଧିକାରୀ ମନୋଜ କୁମାର ସାହୁଙ୍କୁ ବାଲେଶ୍ୱରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କଲ୍ ଡିଟେଲ୍ସ ଓ ଟେକ୍ନିକାଲ ତଦନ୍ତ ଆଧାରରେ ପୋଲିସ ବାଲେଶ୍ୱରରେ ଚଢ଼ାଉ କରି ଅପହୃତ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି । ଏହି ଘଟଣାରେ ବାଲେଶ୍ୱର ଜିଲ୍ଲାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅଧୀନ ଗମ୍ଭାରୀ ଗାଁର ରାମଚନ୍ଦ୍ର ଦାସ ଓ ସିଙ୍ଗଲା ଥାନା ଅଞ୍ଚଳର ରାଜକୁମାର ସାହୁ । 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁହେଁ ପୂର୍ବରୁ ମନୋଜଙ୍କ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ଓ ଋଣ ପାଇବାର ଆଶା ରଖିଥିଲେ । କିନ୍ତୁ ଋଣ ମଞ୍ଜୁର ନହେବାରୁ ପ୍ରତିଶୋଧ ନେବା ପାଇଁ ସେମାନେ ଅପହରଣର ଷଡ଼ଯନ୍ତ୍ର କରିଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଅପହରଣରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି ।

 

Tags: