ଜଗତସିଂହପୁରରେ ବାଂଲାଦେଶୀଙ୍କ ଜବରଦଖଲ ଉଚ୍ଛେଦ,୪ ପ୍ଲାଟୁନ ପୋଲିସ ମୁତୟନ

ଜଗତସିଂହପୁରରେ ବାଂଲାଦେଶୀଙ୍କ ଜବରଦଖଲ ଉଚ୍ଛେଦ,୪ ପ୍ଲାଟୁନ ପୋଲିସ ମୁତୟନ
Samaya Live News Picture
Published On

ଜଗତସିଂହପୁର : ଜଗତସିଂହପୁରରେ ବଡ଼ ଧରଣର ଚଢ଼ାଉ । ସନ୍ଦିଗ୍ଧ ବାଂଲାଦେଶୀଙ୍କ ବେଆଇନ ଘର ଧ୍ବଂସ ।  ଜଗତସିଂହପୁର ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କ ଜବର ଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ ।   ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଚଢ଼ାଉ କରି ୨ ମହିଳା ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଛି ପୋଲିସ । ତା’ସହ ବିପୁଳ ମାରଣାସ୍ତ୍ର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି ।  

ସୂଚନାନୁସାରେ,ରବିବାର ସଂଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେହେରାମପୁରରେ ଏକ ଘରେ ସନ୍ଦେହଜନକ କାରବାରରେ ଲିପ୍ତ ଥିବାର ଖବର ମିଳିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଏହି ସମୟରେ ପୋଲିସ ଓ ସନ୍ଦିଗ୍ଧ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ଆଡିସନାଲ ଏସ୍‌ପିଙ୍କ ସମେତ ୨ କନେଷ୍ଟବଳ ଆହତ ହୋଇଥିଲେ । ତେବେ ଚଢ଼ାଉ ବେଳେ ୧୦ରୁ ଅଧିକ ପରିବାର ଘଟଣାସ୍ଥଳରୁ ଖସିଯାଇଥିବା ସୂଚନା ମିଳିଛି । 

Tags: