ରାଜ୍ୟରେ ଜୋରଦାର ହେବ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା - ଆଇନମନ୍ତ୍ରୀ
ଭୁବନେଶ୍ୱର : ଜଗତସିଂପୁରରେ ବେଆଇନ ବାଂଲାଦେଶୀଙ୍କ ଜବର ଦଖଲ ଉଛେଦ ହୋଇଛି । ଏହାପରେ ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅନୁପ୍ରବେଶକାରୀଙ୍କ ରୋକିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆଗକୁ ଜୋରଦାର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି,ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ । ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଏହା ସହିତ ସେମାନଙ୍କୁ ଡିପୋଟ୍ ମଧ୍ୟ କରାଯିବ, ଏ ନେଇ ନିଷ୍ପତି ମଧ୍ୟ ହୋଇଛି । ସରକାର ଏନେଇ ସବୁ ବ୍ୟବସ୍ଥାଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ଭୂମିକା ରହିଛି ।
ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଓଡ଼ିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ଥାଗ୍ରହଣ କରୁଛନ୍ତି । ସେଥିପାଇଁ ଅନୁପ୍ରବେଶକାରୀ, ଉଗ୍ରବାଦୀ ଆସିବାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ।
ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡକୁ ନିରୀକ୍ଷଣ କରୁଛି । ଓଡ଼ିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତାହା ସତ୍ତ୍ବେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସେପଟେ,ବାଂଲାଦେଶରୁ ବାଂଲାଦେଶୀ କେଉଁ ରାସ୍ତାରେ ଆସୁଥିଲେ,ଜଳପଥ ରେ ନା ସ୍ଥଳ ପଥରେ ସେନେଇ ତଦନ୍ତ ଚାଲିଛି । ନକଲି ଆଧାର କାର୍ଡ ନେଇ ତନାଘନା ଚଳାଇଛି ପୋଲିସ । ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇପାରେ ।
ବାଂଲାଦେଶୀଙ୍କୁ ଆଣି ଜଗତସିଂପୁରରେ ବେଆଇନ ଥଇଥାନ କରାଉଥିବା ମୁଖ୍ୟ କାର୍ପଟଦାର ସିକନ୍ଦରକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ଏକାଧିକ ଟିମ୍ ଗଠନ ହୋଇଛି ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଧରିବାକୁ । ସିକନ୍ଦରର ପାସପୋର୍ଟ ବାତିଲ୍ ସହ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିବାକୁ ପୋଲିସ ପଦକ୍ଷେପ ନେଉଥିହା କହିଛନ୍ତି ଏସ୍ପି ।


