ଜଗତସିଂପୁରରେ ଜାରି ରହିଛି ବାଂଲାଦେଶୀ ହଟାଓ ଅଭିଯାନ
ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ବାଂଲାଦେଶୀ ହଟାଓ ଅଭିଯାନ । ଜଗତସିଂପୁରରେ ବେଆଇନ ବାଂଲାଦେଶୀ ଅଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ ପରେ ନିଜ ଘର ନିଜେ ଭାଙ୍ଗି ପଳାଉଛନ୍ତି ବାଂଲାଦେଶୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇ ଭାବରେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗାଯାଉଛି । ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବରଦଖଲ କରି ରହିଥିବା ବାଂଲାଦେଶୀ ବସ୍ତି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । କିଛି କିଛି ସ୍ଥାନରେ ରାସ୍ତାରେ ଅଟକାଇ ବାଂଲାଦେଶୀ କି ନୁହେଁ ଲୋକେ ଯାଞ୍ଚ କରୁଛନ୍ତି । ତେବେ ବାଂଲାଦେଶୀଙ୍କୁ ବେଆଇନ ଭାବରେ ଆଣି ଥଇଥାନ କରୁଥିବା ମୁଖ୍ୟ କାର୍ପଟଦାର ସିକନ୍ଦର ଆଲାମ ଫେରାର ହୋଇଯାଇଛି । ସେ ବାଂଲାଦେଶ ପଳାଇଥିବା ଅନୁମାନ କରାଯାଉଛି । ବେହେରାମପୁର ବାସଗୃହରେ ପୋଲିସ ଖାନତଲାସି କରିଛି । ପୁରୁଣା ଭୋଟ୍ ପରିଚୟ ପତ୍ର ସହ ପୋଲିସ ଆଉ କିଛି କାଗଜପତ୍ର ପାଇଛି । ପୋଲିସ ସିକନ୍ଦରର ବ୍ୟାଙ୍କ୍ ଜମାଖାତା ନେଣଦେଣ ଜାଣିବା ପାଇଁ ସ୍ଥାନୀୟ କଲେଜ ଛକ ନିକଟ ବ୍ୟାଙ୍କକୁ ଚିଠି ଲେଖିଛି ।


