ଚାକିରିରୁ ବିଦା ହେଲେ ବାଲିଆପାଳ ସବ ରେଜିଷ୍ଟ୍ରାର ମନୀଷା ମିଶ୍ର

ଚାକିରିରୁ ବିଦା ହେଲେ ବାଲିଆପାଳ ସବ ରେଜିଷ୍ଟ୍ରାର ମନୀଷା ମିଶ୍ର
Samaya Live News Picture
Published On

ଭୁବନେଶ୍ୱର : ବାଲିଆପାଳ ସବ ରେଜିଷ୍ଟ୍ରାର ମନୀଷା ମିଶ୍ର ଚାକିରିରୁ ବିଦା । ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି‌ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡିଶା ସରକାରଙ୍କ ସରକାରୀ କର୍ମଚାରୀ ଆଚରଣ ନିୟମ ୧୯୫୯ (୩) ଉଲ୍ଲଙ୍ଘନ। ରାଜ୍ୟପାଳଙ୍କ ଆଦେଶାନୁସାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ACS । ଏନେଇ ରାଜସ୍ବ ଏବଂ ବିପର୍ଯ୍ୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।ମନୀଷା ମିଶ୍ର ଚାକିରିକାଳକୁ ୨ ବର୍ଷ ପୁରି ନଥିବାବେଳେ ବର୍ତ୍ତମାନ ସେ ପ୍ରୋବେସନ ପିରିୟଡ଼ ରେ ଥଲେ ଏବଂ ମାତ୍ର ୮ ମାସ ତଳେ ସେ ବାଲିଆପାଳ ସବ ରେଜିଷ୍ଟ୍ରାରଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।

ମନୀଷା ମିଶ୍ର ଏକ ଜମିର ବିକ୍ରୟ ଦଲିଲ ପଞ୍ଜୀକରଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ତେବେ ଘଟଣାଦିନ ଉକ୍ତ ବ୍ୟକ୍ତିଙ୍କ ଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ବାରିପଦା ଭିଜିଲାନ୍ସ ଟିମ୍ ।

ସୂଚନାନୁସାରେ, ମନୀଷା ମିଶ୍ର ୨୦୨୪ ବ୍ୟାଚ୍‌ର ଜଣେ ଓଆରଏସ୍ ଅଧିକାରୀ ଥିଲେ । ସେ ଏବେ ନିଜର ପ୍ରୋବେସନ୍ ପିରିୟଡ୍‌ (ଶିକ୍ଷାନବିଶ ଅବଧି) ମଧ୍ୟରେ ଥିଲେ । ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତିର ଅଭିଯୋଗ ଆସିବା ଏବଂ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ, ସରକାର ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Tags: