କୋର୍ଟ ଚାଲାଣ ହେଲେ ବାଲିଆପାଳ ସବ ରେଜିଷ୍ଟ୍ରାର

କୋର୍ଟ ଚାଲାଣ ହେଲେ ବାଲିଆପାଳ  ସବ ରେଜିଷ୍ଟ୍ରାର
Samaya Live News Picture
Published On

ବାଲେଶ୍ୱର : ଗିରଫ ପରେ କୋର୍ଟ ଚାଲାଣ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସ୍ଵ ରେଜିଷ୍ଟ୍ରାର ମନୀଷା ମିଶ୍ର । ୭ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗତକାଲି ବାରିପଦା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମନୀଷା । ଜମିର ବିକ୍ରୟ କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ଜଣା ପଡିଛି । ତେବେ ମନିଷାଙ୍କର ମାତ୍ର ୨ ବର୍ଷର ଚାକିରିକାଳ ହୋଇଥିବାବେଳେ ବର୍ତ୍ତମାନ ସେ  ପ୍ରୋବେସନ ପିରିୟଡରେ ଥିଲେ ।

ସୂଚନାନୁସାରେ, ବାଲେଶ୍ୱର ବାଲିଆପାଳରେ ନବନିଯୁକ୍ତ ପ୍ରୋବେସନାରୀ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ୮ ମାସ ହେବ କାର୍ଯ୍ୟ କରି ଆସୁଥିଲେ । ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର  ଜମିରେ ରେଜେଷ୍ଟ୍ରି କରିବା ପାଇଁ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଜ୍ଞାନ ରଞ୍ଜନ ବାରିପଦା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ  ଯୋଜନା ମୁତାବକ ଗତକାଲି ମଧ୍ୟାହ୍ନ ସମୟରେ ଜ୍ଞାନ ୭ହଜାର ଟଙ୍କା ନେଇ ସବ ରେଜିଷ୍ଟର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ । ମନୀଷା ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ତାଙ୍କୁ କାବୁ କରିଥିଲେ ।ତାଙ୍କ ନିକଟରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।  ପୂର୍ବରୁ ମଧ୍ୟ ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଥିଲା । ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ତେବେ ଚାକିରି ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ  ଲାଞ୍ଚ ଖୋର ମନୋଭାବକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

 

Tags: