ବିଜେଡିରୁ ଇସ୍ତଫା ଦେଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା

କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ଏବଂ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ମଧ୍ୟ ଦଳ ଛାଡିଲେ

ବିଜେଡିରୁ ଇସ୍ତଫା ଦେଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା
Samaya Live News Picture
Published On

ବାଲେଶ୍ୱର : ବାଲେଶ୍ୱରରେ ଭୁସୁଡୁଛି ବିଜେଡି ଗଡ଼ । ଗତକାଲି ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ଦଳରୁ ଇସ୍ତଫା ପରେ ଆଜି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁନିତା ଇସ୍ତଫା ପତ୍ର ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଉଲ୍ଲେଖ କରିଛନ୍ତି  । ସେହିଭଳି ଜିଲ୍ଲାର କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ଏବଂ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ମଧ୍ୟ ଦଳ ଛାଡିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଥିବା ନେଇ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

Tags: