ବିଜେଡିରୁ ଇସ୍ତଫା ଦେଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା
କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ଏବଂ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ମଧ୍ୟ ଦଳ ଛାଡିଲେ
By: Samaya Live News
ବାଲେଶ୍ୱର : ବାଲେଶ୍ୱରରେ ଭୁସୁଡୁଛି ବିଜେଡି ଗଡ଼ । ଗତକାଲି ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ଦଳରୁ ଇସ୍ତଫା ପରେ ଆଜି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁନିତା ଇସ୍ତଫା ପତ୍ର ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଉଲ୍ଲେଖ କରିଛନ୍ତି । ସେହିଭଳି ଜିଲ୍ଲାର କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ଏବଂ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ମଧ୍ୟ ଦଳ ଛାଡିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଥିବା ନେଇ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ସମ୍ବନ୍ଧିତ ଖବର ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ
Tags:



