ଆଉ ୭ ଦିନ କାଳବୈଶାଖୀ !
ଭୁବନେଶ୍ୱର : କାଳବୈଶାଖୀ ପାଇଁ ଆଲର୍ଟ ଜାରି । ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଗକୁ ୭ ଦିନ ଧରି କୁଆପଥର ମାଡ଼ ସହ ବର୍ଷା ପବନ ନେଇ ସତର୍କତା କଲା ପାଣିପାଗ ବିଭାଗ । ଆଜି ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବା ସମ୍ଭାବନା ରହିଛି । ସେହିପରି ନୂଆ ପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
ସେହିପରି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ମାଲକାନଗିରି- ଏହି ୨୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ଵର୍ଷା ଏବଂ ୩୦ରୁ ୫୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ୩୦ରୁ ୪୦ ଓ ଅନ୍ୟ କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତା ୪ ତାରିଖ ସକାଳ ପର୍ଯ୍ୟନ୍ତ ପାଗ ଏହି ଭଳି ରହିବ । ଉତ୍ତର ଓଡ଼ିଶା କୂଳ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।



