ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ହାଇକୋର୍ଟ ରୁ ଜାମିନ ପାଇଲେ ସମସ୍ତ ଗିରଫ  ଅଭିଯୁକ୍ତ। ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତ ମାନେ ତଦନ୍ତରେ ସହଯୋଗ କରିବା ଏବଂ ଅଦଲତଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ସମ୍ବନ୍ଧିତ ଖବର ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ସୂଚନାନୁସାରେ ,ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଲିକ ହେବାରୁ ପରୀକ୍ଷାକୁ ବାତିଲ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୩ ତାରିଖରେ ଏହି ଘଟଣାରେ ବୋର୍ଡର ତତ୍କାଳୀନ ଉପ ସଭାପତି ନିହାର ମହାନ୍ତି ଗିରଫ ହୋଇଥିଲେ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲରେ ଥିଲେ । ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ଏବଂ ପରବର୍ତ୍ତୀ ସମ୍ବରର ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।

ସମ୍ବନ୍ଧିତ ଖବର ରାଜ୍ୟସଭା ସସ୍ପେନ୍ସ, ୧୬ଟି ଫର୍ମ କିଣିଲା ବିଜେପି

Tags: