ଶ୍ରୀମନ୍ଦିର ୪ ଦ୍ୱାରରେ ଲାଗିବ ବ୍ୟାଗ ସ୍କାନର

ଶ୍ରୀମନ୍ଦିର ୪ ଦ୍ୱାରରେ ଲାଗିବ ବ୍ୟାଗ ସ୍କାନର
Samaya Live News Picture
Published On

ପୁରୀ : ଏଣିକି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ହେବ କଡାକଡି I ଶ୍ରଦ୍ଧାଳୁଙ୍କ ବ୍ୟାଗ ଚେକ କରିବା ପାଇଁ ୪ ଦ୍ୱାରରେ ଲାଗିବ ବ୍ୟାଗ ସ୍କାନର । ଏଥିପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ନିକଟରେ ବ୍ୟାଗ ସ୍କାନ୍ର ପହଁଚିଥିବା ସୂଚନା ମିଳିଛି । ତେବେ ଏହା କେବେ ବ୍ୟବହାର ହେବ ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି । ପୂର୍ବରୁ ବାରମ୍ବାର କେତେକ ଶ୍ରଦ୍ଧାଳୁ ସୁରକ୍ଷା ବ୍ୟବସ୍ଥା ଆଖିରେ ଧୂଳି ଦେଇ ଶ୍ରୀମନ୍ଦିର ଭିତରରୁ ବିଭିନ୍ନ ପ୍ରକାର ଉପକରଣ ନେଇ ମନ୍ଦିର ନିଷେଧାଞ୍ଚଳରୁ ଫୋଟୋ ଓ ଭିଡିଓ ଭାଇରଲ କରୁଥିବା ନଜିର ରହିଛି । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଆଗକୁ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ , ଶ୍ରୀମନ୍ଦିରରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ  । ଏହି ସମୟରେ କୌଣସି ଅଘଟଣ ଘଟିବା ଆଶଙ୍କା ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଜରୁରି ହୋଇପଡ଼ିଛି । ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ  ପୁଲିସ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ସମାଲୋଚନାକୁ ଆସିଛି ।

ସେହିପରି ଶ୍ରୀମନ୍ଦିର ଚାରିଦ୍ୱାରରେ ଅଚଳ ପଡ଼ିଥିବା ମେଟାଲ ଡିଟେକ୍ଟରଗୁଡ଼ିକୁ ସଚଳ କରାଯାଇଛି । ସ୍ୱତନ୍ତ୍ର ପୁଲିସ ସୁରକ୍ଷା ଯାନ ସିଂହଦ୍ୱାର ଥାନା ନିକଟରେ ମୁତୟନ ହୋଇଛି । 

Tags: