ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ - ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୦୫ଟି ଅନୁ ଶାସନ ସଚିବଙ୍କ ପଦବୀ ଖାଲି ପଡିଥିବା ବେଳେ ଗୋଟିଏ ଅତିରିକ୍ତ ଶାସନ ସଚିବଙ୍କ ପଦବୀ ଖାଲି ପଡ଼ିଛି । ସେହିଭଳି ୨ଟି ଯୁଗ୍ମ ଶାସନ ସଚିବ, ୨ଟି ଉପ ଶାସନ ସଚିବ ପଦବୀ ,୪ଟି ଡେସ୍କ ଅଫିସର, ୩୬୫ଟି ଉପବିଭାଗ ଅଧିକାରୀ, ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ ପଦବୀ ଖାଲି ପଡିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି  ।

ସମ୍ବନ୍ଧିତ ଖବର ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ବାଳ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶା ସଚିବାଳୟରେ ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ କେତେ ପଦବୀ ଖାଲିଅଛି ଓ ତାହା ପୂରଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି ଏହି ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସମ୍ବନ୍ଧିତ ଖବର  ମୋଜତାବା ଇରାନର ସର୍ବୋଚ୍ଚ ନେତା ନିର୍ବାଚିତ

Tags: