ଓରାଙ୍ଗଉଟାନ ଛୁଆକୁ ଜ୍ୱର

ଓରାଙ୍ଗଉଟାନ ଛୁଆକୁ ଜ୍ୱର
Samaya Live News Picture
Published On

ଭୁବନେଶ୍ୱର : ଜ୍ବରରେ ପୀଡିତ ହେଲା ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଉରାଙ୍ଗ ଉଟାନ ଛୁଆ । ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ପୁଣି ଜ୍ୱର ହୋଇଥିବା ସୂଚନା ମିଳିଛି । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ରହିଛି ସ୍ୱତନ୍ତ୍ର ଟିମର ନଜର । ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା । 

ସେପଟେ, ଉଦ୍ଧାର ଓରାଙ୍ଗଉଟାନଙ୍କ ଉତ୍ତମ ଯତ୍ନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର ପରବର୍ତ୍ତୀ ଯତ୍ନ ସମ୍ପର୍କିତ ବିଭିନ୍ନ ବୈଷୟିକ ପରାମର୍ଶ ଦେବା ସହ ଓରାଙ୍ଗଉଟାନ ମାନଙ୍କୁ Wild Life (Protection) ଆକ୍ଟ, ୧୯୭୨ ଅନୁଯାୟୀ ଉପଯୁକ୍ତ ଭାବେ ରଖିବା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିର କାର୍ଯ୍ୟକାଳ ୬ ମାସ ରହିବ । ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳ ବଢ଼ାଯାଇପାରିବ ।ଏସବୁ ନେଇ ବିଶେଷଜ୍ଞମାନେ ପରାମର୍ଶ ଦେବେ ।

ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ରହିବେ । ଏଥିରେ ମହୀଶୂରର ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସକ, ଡେରାଡୁନ୍ ର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱର OUATର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ କମିଟି ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞ କିମ୍ବା ସଂସ୍ଥାର ସହାୟତା ମଧ୍ୟ ନେଇପାରିବ ।

 

Tags: