ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଶିଶୁପୁତ୍ର ମୃତ

ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଶିଶୁପୁତ୍ର ମୃତ

ଦାରିଙ୍ଗବାଡ଼ି: କନ୍ଧମାଳରେ ଅଭାବନୀୟ ଘଟଣା । ପ୍ଲାଷ୍ଟିକ ଖେଳନା ନେଲା ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ପୁତ୍ର ମୃତ । ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ା ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ଶିଶୁ ହେଲେ ବିଗିଲ ପ୍ରଧାନ । ପିଲାଟି ବାପା ମା'ଙ୍କ ସହ ମକା କ୍ଷେତକୁ ଯାଇଥିବାବେଳେ ପିଲାଟି ହାତରେ ବାପା ମା' ଏକ ଚିପ୍ସ ପ୍ୟାକେଟ ଧରାଇ ଦେଇ କ୍ଷେତ୍ରେ କାମ କରୁଥିଲେ । ଚିପ୍ସ ଖାଉଥିବାବେଳେ ପ୍ୟାକେଟ ଭିତରେ ଥିବା ଏକ ଖେଳନା ବନ୍ଧୁକକୁ ଗିଳି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାକୁ ନେଇ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Read More ଆଜିଠାରୁ ତିନିଦିନ ବ୍ୟାପି ଶ୍ରୀମନ୍ଦିରରେ ପାଳନ ହେବ ଦେବଦୀପାବଳି ନୀତି

 

Read More ପ୍ରେସ୍‌ ଦିବସର ଅନୁଚିନ୍ତା

Tags: