ଆୟୁଷ ଡାକ୍ତର ମାନେ କେବଳ ଆୟୁର୍ବେଦିକ ମେଡ଼ିସିନ ଲେଖିବେ - ମୁଖ୍ୟମନ୍ତ୍ରୀ

ଆୟୁଷ ଡାକ୍ତର ମାନେ କେବଳ ଆୟୁର୍ବେଦିକ ମେଡ଼ିସିନ ଲେଖିବେ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ । ଆଜି କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ୍ ପ୍ରୋଗ୍ରାମ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର ଜେଲ କ୍ୟାମ୍ପସ ଭିତରେ ଜେଲ ୱାର୍ଡ଼ରଙ୍କ ଆତ୍ମହତ୍ୟା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର କାର୍ଯ୍ୟାନ୍ୱୟ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ। ଏହା ଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ।

ସମ୍ବନ୍ଧିତ ଖବର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଏଥିସହିତ ଡାକ୍ତର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ, DNB (Diplomate of National ) ବୋର୍ଡ଼ ପାଠ୍ୟକ୍ରମ ଆରମ୍ଭ ହେବ । ଏଥିରେ ଡାକ୍ତରମାନେ ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଙ୍ଗ୍ ପାଇ ସ୍ପେସିଆଲାଇଜେସନ୍ କରିପାରିବେ । ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାପାଇଁ, ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ ଏବଂ କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନ ଉପଲବ୍‌ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

ସେହିପରି ରାଜ୍ୟରେ ନର୍ସିଂ ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ, ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି, ପାଠ୍ୟକ୍ରମରେ ପରିବର୍ତ୍ତନ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡ୍‌ ୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା । ମେଡିକାଲ ଶିକ୍ଷାରେ ସିଟ୍‌ ବୃଦ୍ଧି, SCB Medical College, MKCG ଏବଂ VIMSAR ଭଳି ଅନୁଷ୍ଠାନ ମାନଙ୍କରେ Super Specialties Services କୁ ଆହୁରି ବ୍ୟାପକ ଏବଂ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି  ।   

Tags: