ନଦୀକୁ ଡେଇଁ ଅଟୋ ଚାଳକ ନିଖୋଜ
ଭୁବନେଶ୍ୱର : ଟଙ୍କପାଣି ବ୍ରିଜରେ ପୁଣି ଅଘଟଣ । କୁଆଖାଇକୁ ଡେଇଁ ଯୁବକ ନିଖୋଜ । ଗତ ରାତିରୁ ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପତ୍ତା ମିଳିପାରି ନାହିଁ ।
ନିଖୋଜ ଯୁବକ ହେଲେ ପୁରୁଣା ଭୁବନେଶ୍ଵର ହରଚଣ୍ଡି ସାହିର ସଂଜୟ ସ୍ଵାଇଁ । ସେ ଜଣେ ଅଟୋ ଚାଳକ ବୋଲି ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସଞ୍ଜୟ ରାତି ପ୍ରାୟ ୧୦ଟା ରେ ଅଟୋରେ ଆସି ଅଟୋକୁ ଟଙ୍କପାଣି ବ୍ରିଜ ଉପରେ ରଖିଥିଲେ। ନିଜ ମୋବାଇଲ୍ , ଚପଲ, ଅଟୋ ଚାବି ରଖି କୁଆଖାଇ ନଦୀକୁ ଡେଇଁ ପଡିଥିଲେ ।
ସେପଟେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହେବା ସହ ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ଥାନା ପୋଲିସ ଏବଂ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାତ୍ର ସଂଜୟଙ୍କର କୌଣସି ପତ୍ତା ମିଳି ପାରିନାହିଁ । ଗତ ଶନିବାର ଦିନ ଜଣେ ଖାଦ୍ୟ ଡେଲିଭରି ବଏ ଭବାନୀ ଖଟେଇ ମଧ୍ୟ ଏହି ସ୍ଥାନରୁ ନଦୀକୁ ଡେଇଁ ଜୀବନ ହାରିଥିଲେ ।
Tags:




