ଜୟଦେବ ବିହାର ମୁଖ୍ୟ ରାସ୍ତାରେ ଅଟୋ-କାର ଧକ୍କା , ୨ ଆହତ

ଜୟଦେବ ବିହାର ମୁଖ୍ୟ ରାସ୍ତାରେ ଅଟୋ-କାର ଧକ୍କା , ୨ ଆହତ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋ ପଛକୁ କାର ଧକ୍କା ଦେବାରୁ ଅଟୋରେ ଥିବା ୨ ଜଣ ଆହତ ହୋଇଛନ୍ତି । ପଟିଆ ଜୟଦେବ ବିହାର ମୁଖ୍ୟ ରାସ୍ତା ହୋଟେଲ ଟ୍ରାଇଡେଣ୍ଟ ସାମ୍ନାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସ୍ୱାଭାବିକ କରିବା ସହ ଦୁର୍ଘଟଣାଗ୍ରସ୍ତ ଯାନଗୁଡ଼ିକୁ ହଟାଇଥିଲା । କାରଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଘଟଣାର ପ୍ରକୃତ କାରଣ ଖୋଜାଯାଉଛି ।

 

Tags: