ଜମି ବିବାଦ ପାଇଁ ୫ବର୍ଷ ଶିଶୁକୁ ବିଷଦେଇ ହତ୍ୟା ଉଦ୍ୟମ

ଜମି ବିବାଦ ପାଇଁ ୫ବର୍ଷ ଶିଶୁକୁ ବିଷଦେଇ ହତ୍ୟା ଉଦ୍ୟମ
Samaya Live News Picture
Published On

ଭୁବନେଶ୍ୱର: କଟକ ଜିଲ୍ଲା ସାଲେପୁରରେ ଅମାନବୀୟ ଘଟଣା । ସମ୍ପତ୍ତି ଲୋଭରେ ହିତାହିତ ଜ୍ଞାନ ଭୁଲି ୫ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ । ବ୍ୟକ୍ତିଗତ ଶତ୍ରୁତା ପାଇଁ ପିଶାଚ ପାଲଟିଗଲା ପଡ଼ୋଶୀ । ଗତ ୧୭ ଦିନ ହେଲାଣି କଟକ ଶିଶୁ ଭବନ ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଛି ରୋହିତ କୁମାର ମଲିକଙ୍କ ୫ ବର୍ଷର ପୁଅ ଦିବ୍ୟରଞ୍ଜନ। ଗତ ୨୨ ତାରିଖରେ ଶିଶୁଟି ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ରାଗରେ ମିଠାରେ ବିଷ ଦେଇଦେଇଥିଲେ । ପଡୋଶୀଙ୍କ ସହିତ ଜମି ବାଡ଼ିକୁ ନେଇ ପୂର୍ବ ଶତ୍ରୁତା କାରଣରୁ ଘଟିଛି ଏହି ପୈଶାଚିକ କାଣ୍ଡ । ଏନେଇ ରୋହିତ କୁମାର ସାଲେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରରେ ପୋଲିସ ତଦନ୍ତ କରୁଛି ।

 

Tags: