ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ
By: Samaya Live News
ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ବିଚ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଆଜି ଭୋରରୁ ଖଣ୍ଡଗିରି ଯାତ୍ରା ଦେଖି ଫେରିବା ପରେ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ । ଆହତ ଯୁବକ ହେଲେ ପାତ୍ରପଡା ଅଞ୍ଚଳର ଚିଣ୍ଟୁ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Tags:



