ପଦରୁ ହଟିଲେ ଫକୀର ମୋହନ କଲେଜର ଓଡ଼ିଆ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର

ପଦରୁ ହଟିଲେ ଫକୀର ମୋହନ କଲେଜର ଓଡ଼ିଆ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର
Samaya Live News Picture
Published On

ବାଲେଶ୍ୱର : ଫକୀର ମୋହନ କଲେଜ ନାଁ ରେ ପୁଣି ସାଙ୍ଘାତିକ ଅଭିଯୋଗ । ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ପରେ ପଦରୁ ହଟିଲେ ଓଡ଼ିଆ ବିଭାଗ HOD ଡକ୍ଟର ସନ୍ତୋଷ କୁମାର ନାୟକ । ପ୍ରିନସିପାଲ ତାଙ୍କୁ ପଦବୀରୁ ହଟାଇ ଦେଇଛନ୍ତି । ଏନେଇ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟକୁ ଅଭିଯୋଗ ଯାଇଥିଲା । 

ଛାତ୍ରୀଙ୍କ ଅଭିଯୋଗ କ୍ରମେ ତଦନ୍ତ ପାଇଁ ଇଣ୍ଟରନାଲ କମ୍ପ୍ଲେନ କମିଟି – ICCକୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ଯେତେ ଶୀଘ୍ର ସମ୍ଭବ ତଦନ୍ତ କରି ରିପୋର୍ଟ ଦେବାକୁ ICCକୁ କୁହାଯାଇଛି । ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟକୁ speed post ମଧ୍ୟମରେ ଅଭିଯୋଗ ଯାଇଥିଲା । ତେବେ ଆସନ୍ତା ୧୫ ତାରିଖରେ ଅଭିଯୋଗ କରିଥିବା ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ବୟାନ ଦେବାକୁ କୁହାଯାଇଛି ।

ଗତ ୬ ତାରିଖରେ ଆସିଷ୍ଟାଣ୍ଟ ପ୍ରଫେସର ତଥା ଓଡ଼ିଆ ବିଭାଗର HOD ଡକ୍ଟର ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଛାତ୍ରୀଜଣଙ୍କ। ଏ ସଂପର୍କରେ FM କଲେଜର ଆଇସିସି ସଦସ୍ୟା ଗୋପାମୁଦ୍ରା ମହାପାତ୍ର କହିଛନ୍ତି, ଏବିଷୟରେ ଆମେ କିଛି ଜାଣିନୁ। ପୂର୍ବରୁ କିଛି ମାସ ତଳେ ଏଫଏମ କଲେଜରେ ଛାତ୍ରୀ ଆତ୍ମଦାହ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Tags: