ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
କଳାହାଣ୍ଡି : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆଜି ସକାଳ ୬ଟା ରୁ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୂବନେଶ୍ୱର ଶବରଙ୍କ କଳାହାଣ୍ଡି ସଦର ବ୍ଲକ ଗୋସାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ୍ ପଦର୍ ରେ ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ପହଞ୍ଚି ଚଢ଼ାଉ ଜାରି ରଖିଛନ୍ତି ।
ଭୁବନେଶ୍ୱର ଶବରଙ୍କ ଭବାନୀପାଟଣାର ଗୋସାଣିମୁଣ୍ଡାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କିଟପଦରରେ ତାଙ୍କର ଫାର୍ମ ହାଉସ,ଦୁଆରସୁନିରେ ଥିବା ନିର୍ମାଣାଧୀନ କୋଠା, କାର୍ଯ୍ୟାଳୟ, ସରକାରୀ ଆବାସିକ ବାସସ୍ଥାନ ଓ କୋକସରା, କୁସୁମଖୁଣ୍ଟିର ନିଜ ଗ୍ରାମରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଚଢାଉ ଜାରି ରହିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ର ଇତ୍ୟାଦି ଜବତ କରି ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।




