ଗୃହରେ ଅଚଳାବସ୍ଥା ଜାରି,ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ

ଗୃହରେ ଅଚଳାବସ୍ଥା ଜାରି,ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ବିଧାନସଭା ଆରମ୍ଭ ହେବା ଦିନଠାରୁ ଚାଲିପାରୁନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ  ଲଗାତାର ଚତୁର୍ଥ ଦିନରେ ଗୃହରେ ଜାରି ରହିଛି ଅଚଳାବସ୍ଥା । ଆଜି ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମାତ୍ର ୬ ମିନିଟ ଗୃହ ଚାଲିବା ପରେ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି । 

ସମ୍ବନ୍ଧିତ ଖବର ଭୁବନେଶ୍ୱର ହେବ ଆଇଟି ହବ - ମୁଖ୍ୟମନ୍ତ୍ରୀ

ସୂଚନାନୁସାରେ, ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ବିରୋଧୀ । ହାତରେ ପ୍ଲାକାର୍ଡ , ପୋଷ୍ଟର ଧରି ବିରୋଧୀ ସଦସ୍ୟ ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ଚାଷୀଙ୍କୁ ନ୍ୟାୟ, ଧାନ ମଣ୍ଡିରେ ଅବ୍ୟବସ୍ଥା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ଭିତ୍ତି କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଏପରି ବିଶୃଙ୍ଖଳା କରିବାରୁ ବାଚସ୍ପତି ନିଜ ଜାଗାରେ ବସିବା ପାଇଁ ଅନୁରୋଧ କରିବା ସତ୍ବେ କଥାକୁ ମାନିନଥିଲେ । ଏଣୁ ଗୃହକୁ ବାଚସ୍ପତି ସୁରମା ପାଢୀ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁନଃ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି । ବାରମ୍ବାର ଗୃହରେ ହଟ୍ଟଗୋଳ ଯୋଗୁ ଦେଖା ଦେଇଥିବା ଅଚଳାବସ୍ଥା ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ ।

ସମ୍ବନ୍ଧିତ ଖବର ମାର୍ଚ୍ଚ ୭ ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Tags: