ମା' ଭଟ୍ଟାରିକାଙ୍କ ପୀଠରେ ୧୬୩ ଧାରା ଲାଗୁ

ମା'ଙ୍କ ଚଳନ୍ତି ପ୍ରତିମାକୁ ରୋଷ ଘରକୁ ସ୍ଥାନାନ୍ତର

ମା' ଭଟ୍ଟାରିକାଙ୍କ ପୀଠରେ ୧୬୩ ଧାରା ଲାଗୁ
Samaya Live News Picture
Published On

ଭୁବନେଶ୍ୱର : କଟକ ଜିଲ୍ଲା ବଡମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ପୀଠରେ ବିଏନଏସ ୧୬୩ ଧାରା ଲାଗୁ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ମା' ଭଟ୍ଟାରିକାଙ୍କ ଗର୍ଭ ଗୃହରେ ବନ୍ୟା ଜଳ ପ୍ରବେଶ କରିବାରୁ ମା'ଙ୍କ ଚଳନ୍ତି ପ୍ରତିମାକୁ ରୋଷ ଘରକୁ ସ୍ଥାନାନ୍ତର କରାଯାଇଛି । ତେବେ ବନ୍ୟା ସତ୍ତ୍ୱେ ମଧ୍ୟ ମା' ପୂଜାର୍ଚ୍ଚନା ପ୍ରଭାବିତ ହୋଇ ନଥିବା ସେବାୟତ କହିଛନ୍ତି ।

ସୂଚନାନୁସାରେ, ମହାନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ମନ୍ଦିରର ଗର୍ଭଗୃହରେ ପାଣି ପଶିଯାଇଛି, ଯାହାଫଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତକାଲି ରାତି ପ୍ରାୟ ୩ଟା ସମୟରେ ମା’ଙ୍କୁ ଗର୍ଭଗୃହରୁ ସ୍ଥାନାନ୍ତର କରାଯାଇ ମନ୍ଦିରର ରୋଷଘରକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । କୌଣସି ବାଧା ବିଘ୍ନ ବିନା ମା'ଙ୍କ ପୂଜା ବିଧି ଯଥା ରୀତି ପୂଜାବିଧି ନିୟମ ଅନୁଯାୟୀ  ସୁଚାରୁ ରୂପେ ଜାରି ରହିଛି ବୋଲି ପୂଜକମାନେ ସୂଚନା ଦେଇଛନ୍ତି ।

Tags: