ପଞ୍ଚାୟତ ସମିତି ବୈଠକ ପୂର୍ବରୁ ୧୬୩ ଧାରା ଲାଗୁ

ପଞ୍ଚାୟତ ସମିତି ବୈଠକ ପୂର୍ବରୁ ୧୬୩ ଧାରା ଲାଗୁ
Samaya Live News Picture
Published On

ଆଠଗଡ଼ : ଆଠଗଡ଼ ପଞ୍ଚାୟତ ସମିତି ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ପ୍ରଶାସନ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ପଞ୍ଚାୟତ ସମିତି ଅଂଚଳରେ BNSର ଧାରା ୧୬୩ ଲାଗୁ କରାଯାଇଛି ।

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ୫ ଜଣ ଇନ୍ସପେକ୍ଟର, ୩ ଜଣ ଡିଏସପି ଏବଂ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି ।

ଗତ ପଞ୍ଚାୟତ ସମିତି ବୈଠକରେ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନଜରରେ ରଖି ଆଜିର ବୈଠକ ପୂର୍ବରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

 

Tags: