ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି

ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି

ଭୁବନେଶ୍ୱର : ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ଅଡୁଆରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ । ଅରବିନ୍ଦଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ । କୁଜଙ୍ଗ କଲେଜର ଜଣେ ଅବସରପ୍ରାପ୍ତ ରିଡରଙ୍କ ମାମଲାରେ ୱାରେଣ୍ଟ ଜାରି କରାଯାଇଛି । ଆସନ୍ତା ୨୨ ତାରିଖରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି  । ୨୨ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଗିରଫଦାରୀରୁ ମୁକ୍ତି ମିଳିବ । 

ସମ୍ବନ୍ଧିତ ଖବର ସ୍ବେରେଜ କାମ ଚାଲୁଥିବା ବେଳେ ଧସିଲା ମାଟି,ଅଳ୍ପକେ ବର୍ତ୍ତିଲେ ୨ ଶ୍ରମିକ

ସେହିପରି ଅଦାଲତ ଅବମାନନା ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ହାଇକୋର୍ଟ । ଗଣଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଯଦି ପୂର୍ବ ଆଦେଶ ପାଳନ କରାଯାଏ ତେବେ ତାଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଆଧାରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ସମ୍ବନ୍ଧିତ ଖବର ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

 

ସମ୍ବନ୍ଧିତ ଖବର ଉଡାବାଲିରେ ଉଡିଲା ତ୍ରିରଙ୍ଗା

 

Tags: