ଅକ୍ଟାବର ସୁଦ୍ଧା ମିଳିବ ବକେୟା ଭତ୍ତା - ମନ୍ତ୍ରୀ

ଅକ୍ଟାବର ସୁଦ୍ଧା ମିଳିବ ବକେୟା ଭତ୍ତା - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ଅକ୍ଟାବର ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା । ଏନେଇ ଆଜି ଗୃହରେ ବିବୃତି ରଖିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି କିଛି ସ୍ଥାନରେ ବୈଷୟିକ ତ୍ରୁଟି ଯୋଗୁଁ ଗତ ୪ ମାସ ହେବ କିଛି ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଏନେଇ ସରକାର ଅବଗତ ଅଛନ୍ତି । ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ରାଜ୍ୟ , କେନ୍ଦ୍ର ଏବଂ ଟ୍ରେଜେରି ସହଯୋଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ ପ୍ରକ୍ରିୟା ଜାରି ରହିବ ।

ବର୍ତ୍ତମାନ ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ଏମାନେ ସମସ୍ତେ ଇନ୍ଦିରା ଗାନ୍ଧୀ ଜାରିୟା ଭତ୍ତା ଯୋଜନା ଅଧୀନରେ ଅଛନ୍ତି । ଅକ୍ଟୋବର ମାସ ସୁଦ୍ଧା ସମସ୍ତ ଅଟକି ରହିଥିବା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

 

Tags: