ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ଥଳ ସେନା ମୁଖ୍ୟ
ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ । ଭୁବନେଶ୍ବରରେ ପହଞ୍ଚିବା ପରେ ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ । ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ଯ୍ୟ ତଦାରଖ କରିବେ। ୨୯ରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।
Tags:




