ଲାଞ୍ଚ ମାଗି ଏଆରଆଇ ନିଲମ୍ବିତ

ଲାଞ୍ଚ ମାଗି ଏଆରଆଇ ନିଲମ୍ବିତ
Samaya Live News Picture
Published On

ସମ୍ବଲପୁର : ଲାଞ୍ଚ ମାଗି ନିଲମ୍ବିତ ହେଲେ ସମ୍ବଲପୁର ସଦର ତହସିଲ ଏଆରଆଇ । ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ୩ହଜାର ଟଙ୍କା ଲାଞ୍ଚ ମାଗିବାରୁ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି । ଏହାସହ ତୁରନ୍ତ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଛି । ୩ ହଜାର ଟଙ୍କା ଦେଲେ ଗୋଟିଏ ଦିନରେ ସାର୍ଟିଫିକେଟ ବାହାରିବ ବୋଲି କହିଥିଲେ ଏଆରଆଇ । 

ସୂଚନାନୁସାରେ, ଜଣେ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କୁ (EWS) ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ମାଗିଥିଲେ । ୩ହଜାର ଟଙ୍କା ଦେଲେ ଗୋଟିଏ ଦିନରେ ସାର୍ଟିଫିକେଟ ମିଳିଯିବ ବୋଲି ଛାତ୍ରୀଙ୍କୁ କହିଥିଲେ । ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଆରଆଇ ସୁବ୍ରତ ଗାଓଁ ଓ ଏଆରଆଇ ସୁରେନ୍ଦ୍ର ସା'ଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ ସଦର ତହସିଲଦାର । ଏହାର କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରିଛନ୍ତି ତହସିଲଦାର ।

Tags: