ଆଜିଠାରୁ OJEE ପାଇଁ ଆବେଦନ ଆରମ୍ଭ

ଆଜିଠାରୁ OJEE ପାଇଁ ଆବେଦନ ଆରମ୍ଭ
Samaya Live News Picture
Published On

ଭୁବନେଶ୍ୱର : ବୁଧବାର ଠାରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପାଇଁ ଆବେଦନ । OJEE ପରୀକ୍ଷା ୨୦୨୬ ମେ ୪ ରୁ ମେ ୫ ଏବଂ ମଇ ୭  ରୁ ମେ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ମାର୍ଚ୍ଚ ୨୨ , ୨୦୨୬ ପର୍ଯ୍ୟନ୍ତ OJEE ଆବେଦନ ଫର୍ମ ପୂରଣ କରିପାରିବେ । ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ojee.nic.in ରେ ଅନଲାଇନରେ ଆବେଦନ କରିପାରିବେ ।  ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ଼ରେ ପରୀକ୍ଷା ହେବ । ଏନେଇ OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ OJEE ପରୀକ୍ଷା ହେବ । ଏଥିସହ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । 

ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ । ପରୀକ୍ଷା ସଂପର୍କିତ ସୂଚନା ପୁସ୍ତିକା ଓଜେଇଇ ୱେବ୍ସାଇଟ୍ ରେ ଉପଲବ୍ଧ ରହିଛି । ଯେଉଁ ଛାତ୍ରଛାତ୍ରୀମାନେ ବାହାର ରାଜ୍ୟର ହୋଇଥିବେ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବ ନାହିଁ ବରଂ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ୱେବ୍ସାଇଟ୍ରେ ଆବେଦନ କରିପାରିବେ । ବିଟେକ୍, ବି ଆର୍କ, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି, ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ କୋର୍ସରେ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ JEE  ମେନ୍ ୨୦୨୬ ପରୀକ୍ଷା/ ନିଟ୍ ୟୁଜି ୨୦୨୬ ପରୀକ୍ଷା ଦେବାକୁ ହେବ । 

OJEE ପରୀକ୍ଷା ତାରିଖ ୨୦୨୬ :

୪  ମଇ, ୨୦୨୬ 
୫  ମଇ, ୨୦୨୬ 
୭  ମଇ, ୨୦୨୬ 
୮  ମଇ, ୨୦୨୬ 
୯  ମଇ, ୨୦୨୬ 

 

Tags: